fbpx

ଇସ୍ତଫା ଦେଲେ Byju’s Indiaର ସିଇଓ ଅର୍ଜୁନ ମୋହନ, ସଂସ୍ଥାପକ ରବିନ୍ଦ୍ରନ ପୁଣି ସମ୍ଭାଳିବେ ଦାୟିତ୍ୱ

ନୂଆଦିଲ୍ଲୀ: ଏଡଟେକ୍ କମ୍ପାନୀ ବାଇଜୁ ଇଣ୍ଡିଆର ସିଇଓ ଅର୍ଜୁନ ମୋହନ ଇସ୍ତଫା ଦେଇଛନ୍ତି । ‘ଇକୋନୋମିକ୍ ଟାଇମ୍ସ’ର ଏକ ରିପୋର୍ଟ ଅନୁଯାୟୀ ଅର୍ଜୁନ ମୋହନ ଏହି ପଦ ଗ୍ରହଣ କରିବାର ୬ ମାସରୁ ଅଧିକ ସମୟ ପରେ କମ୍ପାନୀ ଛାଡିଛନ୍ତି ।

ସଙ୍କଟଗ୍ରସ୍ତ ଏଡଟେକ୍ ଫର୍ମ ବାଇଜୁ ପାଇଁ ଏହା ଏକ ବଡ ଝଟକା । କୁହାଯାଉଛି ଯେ ବାଇଜୁର ସଂସ୍ଥାପକ ରବିନ୍ଦ୍ରନ ପ୍ରାୟ ୪ ବର୍ଷ ପରେ ନେତୃତ୍ୱକୁ ଫେରିବେ । ମୋହନଙ୍କ ଯିବା ପରେ ରବିନ୍ଦ୍ରନ ବର୍ତ୍ତମାନ ଇଣ୍ଡିଆ ବିଜନେସ୍ – ଥିଙ୍କ ଆଣ୍ଡ ଲର୍ଣ୍ଣ ଅଧିନରେ ଆସୁଥିବା ଦୈନନ୍ଦିନ କାର୍ଯ୍ୟର ଦାୟିତ୍ୱ ଗ୍ରହଣ କରିବେ । ସାମ୍ପ୍ରତିକ ଯୋଜନା ଅନୁଯାୟୀ ସେ ଆଭ୍ୟନ୍ତରୀଣ ଭାବରେ କିଛି ନୂଆ ପରିବର୍ତ୍ତନ ଘୋଷଣା କରିପାରନ୍ତି ।

Get real time updates directly on you device, subscribe now.