ଗୋଲଡେନ୍ ବାବାଙ୍କ ସମ୍ପତ୍ତି ମାପିବ ଇଡି

News across the Earth, news close to your heart, Read Odisha Bhaskar English

ଭୁବନେଶ୍ୱର,୨୦ ।୨(ଓଡିଶା ଭାସ୍କର): ଗୋଲଡେନ୍ ବାବା ଓରଫ୍ ଜ୍ୟୋତିରଞ୍ଜନ ବେଉରା ମାମଲାର ଏଣିକି ତଦନ୍ତ କରିବ ଇଡି । ଗୋଲଡେନ୍ ବାବାଙ୍କ ଅମାପ ସମ୍ପତ୍ତିର ଇଡି ଖୋଳତାଡ କରିବ । ବାବାଙ୍କ ଅମାପ ସମ୍ପତ୍ତି ଓ ଅପରାଧିକ ଦିଗ ଖୋଜି ବାହାର କରିବ ଇଡି ।

ତେବେ ଗୋଲଡେନ୍ ବାବା କ୍ୟାମେରାମ୍ୟାନ୍‌ରୁ କିଭଳି କୋଟିପତି ସାଜିଲା ତାହାକୁ ପ୍ରାଥମିକତା ଦିଆଯାଉଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ଘରକୁ ପ୍ରାୟ କୋଟିଏ ୬୦ ଲକ୍ଷ ଟଙ୍କାରେ କିଣିବାକୁ ସେ ଉଦ୍ୟମ କରିଥିଲା। ଏହା ସମ୍ଭବ ନ ହେବାରୁ ଘର ମାଲିକଙ୍କୁ ଧମକଚକମ ଦେଉଥିଲା। ତାର କଳା କାରନାମା ବଢ଼ୁଥିବାରୁ ରାଜନେତାଙ୍କ ଛତ୍ରଛାୟା ତଳେ ଆଗକୁ ବଢ଼ିବାକୁ ଲକ୍ଷ୍ୟ ରଖିଥିଲା। କିଛି ମାତ୍ରାରେ ଫଳପ୍ରଦ ବି ହୋଇଥିଲା। ତାକୁ ଗିରଫ କରାଯିବା ପରେ ଛାଡ଼ି ଦେବା ପାଇଁ ଜଣେ ଛାତ୍ରନେତା ପୋଲିସ ଉପରେ ଚାପ ପକାଇଥିବା ଜଣାପଡିଛି ।

Get real time updates directly on you device, subscribe now.