fbpx
BSKY SKY
BSKY SKY

ନୌସେନାରେ ଭର୍ତ୍ତି ପାଇଁ ସୁଯୋଗ: ବିନା ପରୀକ୍ଷାରେ ଇଣ୍ଡିଆନ ନେଭିିରେ ଯୋଗ ଦେବାର ସ୍ୱପ୍ନ ହେବ ପୂରା

BSKY

ନୂଆଦିଲ୍ଲୀ: ଭାରତୀୟ ନୌସେନା ବିଭାଗରେ ଭର୍ତ୍ତି ହେବା ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ବିଭିନ୍ନ ପଦ ପଦବୀ ପାଇଁ ବିଜ୍ଞପ୍ତିି ପ୍ରକାଶ କରିଛି ଭାରତୀୟ ନୌସେନା ବିଭାଗ । ଜେନେରାଲ ସର୍ଭିସ, ନାଭାଲ ଇନ୍ସପେକ୍ଟର କ୍ୟାଡର, ଏୟାର ଟ୍ରାଫିକ କଣ୍ଟ୍ରୋଲର, ପର୍ଯ୍ୟବେକ୍ଷକ, ପାଇଲଟ, ଲଜିଷ୍ଟିକ୍ସ, ଶିକ୍ଷା ଏବଂ ଇଞ୍ଜିନିୟରିଙ୍ଗ ଶାଖା ସର୍ଟ ସର୍ଭିସ କମିଶନ ଇତ୍ୟାଦି ପଦ ପାଇଁ ଆବେଦନ କରିପାରିବେ ଯୋଗ୍ୟ ପ୍ରାର୍ଥୀ ।

ଭାରତୀୟ ନୌସେନାର ଅଫିସିଆଲ ୱେବସାଇଟ joinindiannavy.gov.in କୁ ଯାଇ ଯୋଗ୍ୟ ପ୍ରାର୍ଥୀ ପାଇଁ ଆବେଦନ କରି ପାରିବେ । ଅୋସନ୍ତାକାଲି ଅର୍ଥାତ ଫେବୃୟାରୀ ୨୫ ତାରିଖରୁ ମାର୍ଚ୍ଚ ୧୨ ତାରିଖ ପର୍ଯ୍ୟନ୍ତ ଏହି ପଦବୀଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯିବ । ଏହି ପ୍ରକ୍ରିୟାରେ ମୋଟ ୧୫୫ ପଦରେ ପ୍ରାର୍ଥୀମ।।ନଙ୍କୁ ନିୟୋଜିତ କରାଯିବ । ତେବେ ଏଥିମଧ୍ୟରୁ ୪୦ ହାଇଡ୍ରୋ କ୍ୟାଡେଟ, ୬ ଜଣ ଏନ.ଏ.ଆଇ.ସି, ଏୟାର ଟ୍ରାଫିକ କଣ୍ଟ୍ରୋଲର ପାଇଁ ୬, ୮ ଜଣଙ୍କୁ ପର୍ଯ୍ୟବେକ୍ଷକ, ୧୫ ଜଣ ପାଇଲଟ ପାଇଁ, ୧୮ ଜଣଙ୍କୁ ଲଜିଷ୍ଟିକ,ଏଜୁକେସନ ପାଇଁ ୧୭ ଜଣ ଏବଂ ୪୫ ଜଣଙ୍କୁ ଇଞ୍ଜିନିୟରିଙ୍ଗ ଶାଖା ପାଇଁ ଚୟନ କରାଯିବ । ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ https://www.joinindiannavy.gov.in/ ରେ କ୍ଲିକ କରି ତଥ୍ୟ ହାସଲ କରିପାରିବେ ଇଚ୍ଛୁକ ପ୍ରାର୍ଥୀ ।

Get real time updates directly on you device, subscribe now.