fbpx
BJD SKY
BJD SKY

ଋଷର ଡାକରାକୁ ଗ୍ରହଣ କଲା ୟୁକ୍ରେନ: ଆତ୍ମସମର୍ପଣ ନ କରିବାକୁ ଚେତାବନୀ ଦେଲେ ରାଷ୍ଟ୍ରପତି

BJD

ନୂଆଦିଲ୍ଲୀ: ଋଷ ବିପକ୍ଷରେ ଯୁଦ୍ଧ ଭିତରେ ମୁହଁ ଖୋଲିଲେ ୟୁକ୍ରେନ ରାଷ୍ଟ୍ରପତି । ଯୁଦ୍ଧ ସଂକଟ ଚାଲୁ ରହିଥିବା ବେଳେ ଏକ ବଡ ବୟାନ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ନିଜ ସ୍ୱାଭିମାନ ଏବଂ ଜିଦରେ ସେ ଅଟଳ ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପରିସ୍ଥିତି ଯେତେ ବି ଭୟଙ୍କର ହେଉ ନା କାହିଁକି, ମୁଣ୍ଡ ତଳକୁ କରିବେ ନାହିଁ ବୋଲି ଦମ୍ଭର ସହ କହିଛନ୍ତି ରାଷ୍ଟ୍ରପତି ।

ଋଷ ସାମନାରେ କେବେ ବି ଆତ୍ମ ସମର୍ପଣ କରିବାକୁ ରୋକ ଠୋକ ମନା କରି ଦେଇଛନ୍ତି ଜେଲେନସ୍କି । ଋଷ ସହ ଯୁଦ୍ଧ ହେବ ଏବଂ ଆମେ ଋଷ ଆଗରେ ନଇଁବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ପଛକୁ ନ ହଟି ୟୁକ୍ରେନ ସହ ଲଢିବୁ ଏବଂ ନିଜ ହକ୍ ଓ ଇଜ୍ଜତକୁ ଫେରାଇ ଆଣିବ ୟୁକ୍ରେନ । ଏ ନେଇ ୟୁକ୍ରେନ ରାଷ୍ଟ୍ରପତି ଋଷ ପାଇଁ ଏକ ଚେତାବନୀର ବାଣ ଉତକ୍ଷେପଣ କରିଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ, ୟୁକ୍ରେନ ବିପକ୍ଷରେ ଯୁଦ୍ଧର ଡାକରା ଦେଇ ସାରିଛି ଋଷ । ଏବଂ ରାଷ୍ଟ୍ରପତିଙ୍କ ଏହି ଦୁଇ ପଦ କଥା ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ଆଙ୍ଗୁଠି ନିର୍ଦ୍ଦେଶ କରୁଛି ।

Get real time updates directly on you device, subscribe now.