fbpx

ଋଷିଆ-ୟୁକ୍ରେନ ଯୁଦ୍ଧ: କ୍ରିପ୍ଟୋ ବଜାରରେ ଅସ୍ଥିରତା , ତଳକୁ ଖସିଲା ବିଟକଏନ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ଘୋଷଣା ପରେ ଅନ୍ତର୍ଜାତୀୟ ବଜାର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ପୂର୍ବରୁ କ୍ରୁଡ ଅଏଲ ଦର ବୃଦ୍ଧି ପାଇଥିବାବେଳେ ଏବେ କ୍ରିପ୍ଟୋକରେନ୍ସୀ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଲୋକପ୍ରିୟ କ୍ରିପ୍ଟୋକରେନ୍ସୀ ବିଟକଏନ ଉପରେ ଏହାର ପ୍ରଭାବ ଦେଖିବାକୁ ପ୍ରାୟ ୮ ପତିଶତ ତଳକୁ ଖସିଛି ବିଟକଏନ । ବର୍ତ୍ତମାନ ଏହା ୩୪,୯୩୨.୦୭ ଡଲାରରେ ପହଞ୍ଚିଛି ।

ଦ୍ୱିତୀୟ ସର୍ବବୃହତ କ୍ରିପ୍ଟୋକରେନ୍ସି ଇଥିରିୟମ ମଧ୍ୟ ୧୦ % ପ୍ରତିଶତ ତଳକୁ ଖସିଛି ବର୍ତ୍ତମାନ ୨,୩୭୬.୧୯ ଡଲାରରେ ପହଞ୍ଚିଛି । ସେହିଭଳି ଅନ୍ୟ ଲୋକପ୍ରିୟ କ୍ରିପ୍ଟୋକରେନ୍ସି ଯେମିତିକି ଡଗିକଏନ ୧୨ ପ୍ରତିଶତ, ଶିବାଇ ଆଇଏନୟୁ ୧୦ ପ୍ରତିଶତ, ପୋଲକାଡଟ ୧୦ ପ୍ରତିଶତ ଏବଂ ପଲିଗନ ୧୨ ପ୍ରତିଶତ ଖସିଛନ୍ତି , ଏକ୍ସଆରପି ପ୍ରତିଶତ ୯% ତଳକୁ ଖସିଛି।

ତେବେ ଋଷିଆର ୟୁକ୍ରେନ ଉପରେ ଆକ୍ରମଣ ନିଷ୍ପତ୍ତି ପରେ କ୍ରିପ୍ଟୋ ମାର୍କେଟ ଉପରେ ଏହାର ପ୍ରଭାବ ଦେଖାଦେଇଛି । ଗତ  ୨୪ ଘଣ୍ଟା ମଧ୍ୟରେ ୧୯୧ ପ୍ରତିଶତ ବିକ୍ରି କମିଥିବା ନେଇ କହିଛନ୍ତି ମଡରେକ୍ସର ସିଇଓ ତଥା କୋ-ଫାଉଣ୍ଡର ଇଦୁଲ ପଟେଲ । ସେ କହିଛନ୍ତି ଆଗାମୀ କିଛି ସପ୍ତାହ ପାଇଁ କ୍ରିପ୍ଟୋ ବଜାର ଉପରେ ଏହାର ପ୍ରଭାବ ରହିବ । ବଜାରରେ ଅସ୍ଥିରତା ଦେଖାଯିବ । ଯାହାର ପ୍ରଭାବ ଅର୍ଥନୈତିକ ବଜାର ଉପରେ ମଧ୍ୟ ରହିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.