fbpx
BJD SKY
BJD SKY

ଜିମ୍ ରେ ମହିଳା ଉଠାଇଲେ ୧୮୦ କେଜି ୱେଟ୍, ଅସମ୍ଭାଳ ହୋଇ ଦବିଯିବାରୁ କିଛି ସେକେଣ୍ଡରେ ଚାଲିଗଲା ପ୍ରାଣ; ଭିଡିଓ…

BJD

ନୂଆଦିଲ୍ଲୀ: ଏକ ସୁସ୍ଥ ଶରୀର ପାଇଁ କସରତ ନିହାତି ଆବଶ୍ୟକ । ଏପରି ସ୍ଥଳେ ଶରୀରକୁ ଫିଟ୍ ରଖିବା ପାଇଁ ଲୋକାମାନେ ଜିମ୍ ଯାଇଥାନ୍ତି । ହେଲେ ଜିମ୍ ରେ ସାବଧାନତା ଅବଲମ୍ବନ କରିବା ନିହାତି ଜରୁରୀ । ନଚେତ୍ ଜୀବନ ବି ଚାଲି ଯାଇପାରେ । ଆଗରୁ ଅନେକଙ୍କ ସହିତ ଏପରି ହୋଇଥିବା ବେଳେ ଏବେ ଜଣେ ମହିଳା ମଧ୍ୟ ଏହାର ଶିକାର ହୋଇଛନ୍ତି । ଏହାର ଭିଡିଓ ବି ସାମନାକୁ ଆସିଛି ।

ମେକ୍ସିକୋରେ ରହୁଥିବା ଜଣେ ମହିଳା ଜିମ୍ ରେ ୱର୍କଆଉଟ୍ କରିବାକୁ ଯାଇଥିଲେ । ଏହି ସମୟରେ ସେ ଜୋସ୍ ରେ ଆସି ଅଧିକ ଓଜନ ଉଠାଇବାକୁ ଲାଗିଥିଲେ । ଯାହାଫଳରେ କଣ୍ଟ୍ରୋଲ୍ କରି ନପାରି ତାଙ୍କ ଜୀବନ ଚାଲିଯାଇଛି । ୧୮୦ କେଜି ଓଜନର ବାରବେଲ୍ ତଳେ ଦବି ହୋଇ ତାଙ୍କ ପ୍ରାଣବାୟୂ ଉଡ଼ିଯାଇଛି । ଦୁଃଖର ବିଷୟ ହେଉଛି ଏହି ଘଟଣା ତାଙ୍କ ଝିଅ ସାମନାରେ ହୋଇଛି ।

ଡେଲି ଷ୍ଟାର୍ ର ଏକ ରିପୋର୍ଟ ମୁତାବକ, ମହିଳା ଜଣକ ନିଜ ଝିଅ ସହିତ ଜିମ୍ କୁ ଯାଇଥିଲେ । ଜିମ୍ ରେ ସେ ୧୮୦ କେଜି ଓନଜର ବାରବେଲ୍ ଉଠାଇବାକୁ ପ୍ରୟାସ କରିଥିଲେ । ହେଲେ ନିୟନ୍ତ୍ରଣ ବାହାରେ ହେବାରୁ ବାରବେଲ୍ ତଳେ ଦବି ହୋଇଯାଇଥିଲେ । ବାରବେଲ୍ ଟି ସିଧା ତାଙ୍କ ତଣ୍ଟି ଉପରେ ଆସି ପଡିଯାଇଥିଲା । ଫଳରେ ମାତ୍ର କିଛି ସେକେଣ୍ଡରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା ।

Get real time updates directly on you device, subscribe now.