fbpx
BJD SKY
BJD SKY

ସୁନା କିଣିବାର ସୁବର୍ଣ୍ଣ ସୁଯୋଗ, ସୋମବାର ସୁନା ମୂଲ୍ୟରେ ବଡ଼ ହ୍ରାସ

BJD

ନୁଆଦିଲ୍ଲୀ: ସୁନା ରୁପା କିଣିବାକୁ ଯାଉଥିବା ଲୋକମାନଙ୍କ ପାଇଁ ଭଲ ଖବର। ସୋମବାର ଅର୍ଥାତ୍ ଜୁନ୍ ୫ ତାରିଖରେ ସୁନା ଦାମ୍‌ରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ଏଭଳି ସମୟରେ ସୁନା କିଣିବା ପାଇଁ ଏକ ସୁଯୋଗ ରହିଛି । ସୋମବାର ୨୪ କ୍ୟାରେଟ୍ ସୁନାର ଦାମ୍ ୭୧୦ ଅର୍ଥାତ୍ ୧.୧୮% ହ୍ରାସ ପାଇ ୫୯,୬୦୦ ଟଙ୍କା ପ୍ରତି ୧୦ ଗ୍ରାମ୍‌ରେ ପହଞ୍ଚିଛି। ସେହିଭଳି ୨୨ କ୍ୟାରେଟ୍ ସୁନାର ଦାମ୍ ୫୪,୬୦୦ ଟଙ୍କା ପ୍ରତି ୧୦ ଗ୍ରାମ୍ ଅଛି।

ଅନ୍ୟପଟେ ସୋମବାର ରୁପା ମଧ୍ୟ ଶସ୍ତା ହୋଇଛି। ରୁପାର ଦାମ୍ ୧.୩୮% ହ୍ରାସ ପାଇଥିଲା। ଅର୍ଥାତ୍ ୧୦୦୦ ଟଙ୍କା ହ୍ରାସ ପାଇ ୭୧,୪୦୦ ପ୍ରତି କେ.ଜି ରହିଥିଲା ।

ଦିଲ୍ଲୀରେ ୨୪ କ୍ୟାରେଟ୍ ଶୁଦ୍ଧତାର ସୁନା ହାର ୧୦ ଗ୍ରାମ ପିଛା ୬୦,୪୮୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ହାର ୧୦ ଗ୍ରାମ ପିଛା ୫୫,୪୫୦ ଟଙ୍କା ରହିଥିଲା।
ମୁମ୍ବାଇରେ ୨୪ ଗ୍ରାମ ସୁନା ୧୦ ଗ୍ରାମ ପିଛା ୬୦,୩୩୦ ଟଙ୍କାରେ ଏବଂ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୫୫,୩୦୦ ଟଙ୍କାରେ ବିକ୍ରି ହୋଇଥିଲା।
କୋଲକାତାରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୬୦,୩୩୦ ଟଙ୍କା ଏବଂ ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ୫୫,୩୦୦ ଟଙ୍କା ରହିଥିଲା।
ଚେନ୍ନାଇରେ ୨୪ କ୍ୟାରେଟ୍ ସୁନା ହାର ୧୦ ଗ୍ରାମ ପିଛା ୫୨,୨୮୫ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ହାର ୧୦ ଗ୍ରାମ ପିଛା ୪୭,୯୨୭ ଟଙ୍କା ରହିଥିଲା।

୨୪ କ୍ୟାରେଟ୍ ସୁନାକୁ ଶୁଦ୍ଧ (୯୯.୯ ପ୍ରତିଶତ) ଭାବରେ ବିବେଚନା କରାଯାଏ। ୨୪ କ୍ୟାରେଟ୍ ସୁନା ସୁନା ମୁଦ୍ରା ଏବଂ ବାର ତିଆରିରେ ବ୍ୟବହୃତ ହୁଏ। ଅଳଙ୍କାର ତିଆରି ପାଇଁ ୨୨ କ୍ୟାରେଟ୍ ସୁନା ଭଲ ବୋଲି ବିବେଚନା କରାଯାଏ।

Get real time updates directly on you device, subscribe now.