fbpx

ଗଙ୍ଗୋତ୍ରୀରୁ ବାଗେଶ୍ୱର ଧାମ ପଦଯାତ୍ରା କରୁଛନ୍ତି ଏମବିବିଏସ୍ ଛାତ୍ରୀ, କହିଲେ ମୋ ମନର କଥା କହିବେ ମୋ ପ୍ରାଣନାଥ

ସତନା:ମଧ୍ୟପ୍ରଦେଶର ସିବନୀରେ ରହୁଥିବା ଜଣେ ଯୁବତୀ ଗଙ୍ଗୋତ୍ରୀରୁ ବାଗେଶ୍ୱର ଧାମ ପର୍ଯ୍ୟନ୍ତ ମୁଣ୍ଡରେ କଳସ ରଖି ପଦଯାତ୍ରା ଆରମ୍ଭ କରିଛନ୍ତି । ଯୁବତୀ ଜଣେ ଏମବିବିଏସ୍ ଛାତ୍ରୀ । କେଉଁ ଲକ୍ଷ୍ୟ ନେଇ ସେ ଗଙ୍ଗୋତ୍ରୀରୁ ବାଗେଶ୍ୱର ଧାମ ପଦଯାତ୍ରା କରିଛନ୍ତି ସେ ବିଷୟରେ ୧୬ ଜୁନ୍ ରେ ଧୀରେନ୍ଦ୍ର ଶାସ୍ତ୍ରୀ ଓ ସେ ନିଜେ ଖ୍ୁଲାସା କରିବେ । କାରଣ ସେ ତାଙ୍କ ମନ କଥା ଜାଣନ୍ତି । ଏହି ସମୟରେ ସେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ପ୍ରାଣନାଥ କହି ସମ୍ବୋଧନ କରିଛନ୍ତି ।

ଶିବରଞ୍ଜନୀ ତିୱାରୀ ନାମକ ଏହି ଯୁବତୀ ମୂଳ ରୂପରେ ମଧ୍ୟପ୍ରଦେଶର ସିବନୀରେ ରୁହନ୍ତି । ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପରିବାର ସହ ତାଙ୍କର ସଂପର୍କ ରହିଛି । ଶନିବାର ଶିବରଞ୍ଜନୀ ପଦଯାତ୍ରାରେ ବାହାରି ଚିତ୍ରକୂଟର ସନ୍ତୋଷୀ ଆଖଡା ନିକଟରେ ପହଞ୍ôଚଥିଲେ । ଏଠାରେ ସେ ସାଧୁ ସନ୍ଥଙ୍କ ଆଶୀର୍ବାଦ ନେଇଥିଲେ । ଏହା ସହିତ ଜଣେ ପ୍ରଫେସନାଲ୍ ଗାୟିକାଙ୍କ ପରି ଭଜନ ଗାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ ।

ଏହି ସମୟରେ ସେ କହିଛନ୍ତି କେଉଁ ଉଦ୍ଦେଶ୍ୟ ନେଇ ସେ ଗଙ୍ଗୋତ୍ରୀ ଧାମରୁ ବାଗେଶ୍ୱର ଧାମ ପଦଯାତ୍ରା କରୁଛନ୍ତି ଏହାର ରହସ୍ୟ ଉଦଘାଟନ ଜୁନ୍ ୧୬ ତାରିଖରେ ଧୀରେନ୍ଦ୍ର ଶାସ୍ତ୍ରୀ ନିଜେ କରିବେ । ସମସ୍ତଙ୍କ ମନର କଥା ଜାଣିପାରୁଥିବା ବାଗେଶ୍ୱର ଧାମ ମାଲିକ ତାଙ୍କ ମନ କଥା ବି ଜାଣିଛନ୍ତି । ଯାତ୍ରାରେ ତାଙ୍କ ସହିତ ତାଙ୍କ ପିତା, ଭାଇ ଓ ଅନ୍ୟ ଲୋକ ବି ସାମିଲ ହୋଇଛନ୍ତି ।

ଶିବରଞ୍ଜନୀ କହିଛନ୍ତି ଯେବେଠାରୁ ସେ ମୁଣ୍ଡରେ କଳସ ଧରି ଯାତ୍ରା ଆରମ୍ଭ କରିଛନ୍ତି ସେବେଠାରୁ ଲୋକମାନେ ତାଙ୍କ ବିଷୟରେ ବିଭିନ୍ନ କଥା କହୁଛନ୍ତି । ବହୁ ଲୋକ କହୁଛନ୍ତି ମୁଁ ମନ ପସନ୍ଦର ବର ପାଇବାକୁ ଏହି ଯାତ୍ରା ଆରମ୍ଭ କରିଛି । କେହି କେହି କହୁଛନ୍ତି ମୁଁ ହାତରେ ଫୁଲମାଳା ଧରି ଯାଉଛି ଯାହା ଧୀାରେନ୍ଦ୍ର ଶାସ୍ତ୍ରୀଙ୍କ ଗଳାରେ ପକାଇବି । ମୁଁ ଲୋକଙ୍କୁ କହିବାକୁ ଚାହୁଁଛି ଯେ, ମହାରାଜା ସ୍ୱୟଂ ଅନ୍ତର୍ଯ୍ୟାମୀ.. ପ୍ରାଣନାଥ…ଭଗବାନ । ସେ ମନ କଥା ସହଜରେ ଜାଣି ନିଅନ୍ତି । ତେବେ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ୧୬ ଜୁନ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ । ମୁଁ ମହାରାଜ ଧୀାରେନ୍ଦ୍ର ଶାସ୍ତ୍ରୀଙ୍କୁ ବହୁ ବର୍ଷ ଧରି ଫଲୋ କରି ଆସୁଛି । ୨୦୨୧ରୁ ତାଙ୍କର ଭିଡିଓ ଦେଖି ଆସୁଛି । ଏହି କାରଣରୁ ମୋ ମନରେ ତାଙ୍କ ପ୍ରତି ଭକ୍ତି ଓ ଶ୍ରଦ୍ଧା ସୃଷ୍ଟି ହୋଇଛି ।

Get real time updates directly on you device, subscribe now.