fbpx

ଲକଡାଉନରେ ଭରଣ ପୋଷଣ ପାଇଁ ସୁନା ଦୋକାନୀ ପାଲଟିଲେ ପରିବା ବିକାଳୀ

ଭୁବନେଶ୍ୱର:୫ ।୫(ଓଡିଶା ଭାସ୍କର):ସୋ କେଶରେ ଥିଲା ଲକ୍ଷ ଲକ୍ଷ ଟଙ୍କାର ଗହଣା । ଲୋକେ ବ୍ୟାଗରେ ଟଙ୍କା ଧରି ଆସୁଥିଲେ ଛୋଟ ବ୍ୟାଗରେ ସୁନାଗହଣା ନେଇ ଯାଉଥିଲେ । ହେଲେ ଲକ ଡାଉନ ଯୋଗୁଁ ବଦଳି ଯାଇଛି ଜୀବନ । ଏବେ ସୁନା ଗହଣା ଯାଗାରେ ଥାକ ମରା ହୋଇଛି ପରିବା । ଯେଉଁ ହାତ ଦେଢ଼ମାସ ତଳେ ସୁନା ଓଜନ କରୁଥିଲା ଏବେ ଆଳୁ ପିଆଜ ଓଜନ କରୁଛି ।ରାଜସ୍ଥାନ ଜୟପୁର ର ସୁନା ଦୋକାନୀ ହୁକୁମଚାନ୍ଦ ସେନିଙ୍କ ଜୀବନରେ ଲକ ଡାଉନ ଆଣିଛି ଏହି ବିରାଟ ପରିବର୍ତ୍ତନ । ଲକ ଡାଉନ ଆରମ୍ଭ ହେବାର କିଛି ଦିନ ଯାଏ ଘରେ ବସିରହିଲେ କିନ୍ତୁ ସଂଚିତ ଧନ ଶେଷ ହୋଇଗଲା । ପରିବାର ଚଳାଇବା ସହ ଦୋକାନ ଭଡା ଦେବା ବି କାଠିକର ପାଠ ହୋଇଗଲା ।

ତେଣୁ ଆଉ ଘରେ ନବସି ପରିବା ବେପାର କରିବାକୁ ମନ ବଳାଇଲେ । ଏବେ ସବୁଦିନ ସକାଳୁ ନିକଟସ୍ଥ ପରିବା ମଣ୍ଡିରୁ ପରିବା ଆଣି ନିଜ ଦୋକାନରେ ବିକୁଛନ୍ତି ହୁକୁମ ଚାନ୍ଦ । ତାଙ୍କ କହିବା ଅନୁଯାୟୀ ସୁନାର ମୁଲ୍ୟ ସିନା ଅଧିକ ହେଲେ ଦୋକାନୀ ଯେ ସେହି ଅନୁଯାୟୀ ରୋଜଗାର କରେ ତାହା ଭାବିବା ଭୁଲ । ଦୀର୍ଘ ୨୫ ବର୍ଷ ସୁନା ଦୋକାନ କରିବି ଆଜି ପରିବା ବିକିବାକୁ ବାହାରିବା ମୋ ଆର୍ଥିକ ଅବସ୍ଥା ବର୍ଣ୍ଣନା କରୁଛି ।

Get real time updates directly on you device, subscribe now.