ଇଂଷ୍ଟାଗ୍ରାମରେ ନାବାଳିକାଙ୍କ ଫଟୋ ଅପଲୋଡ କରି ଲେଖୁଥିଲେ ରେଫ୍ ର ଟେକନିକ

0 372

ଭୁବନେଶ୍ୱର:୫ ।୫(ଓଡିଶା ଭାସ୍କର):ଗୃଫର ନା ବଏଜ କମନ ରୁମ । ଶହଶହ ଗୃଫ ମେମ୍ବର । ସୋସିଆଲ ମିଡିଆ ପ୍ଳାଟଫର୍ମ ଇଂଷ୍ଟାଗ୍ରାମରେ କ୍ରିଏଟ ହୋଇଥିଲା ଗୃଫ । ପ୍ରତିଦିନ ନାବାଳିକା ଓ ସୁନ୍ଦର ଯୁବତୀଙ୍କ ଫଟୋ ଅପଲୋଡ ହେଉଥିଲା । ଫଟୋ ସହ ସେମାନଙ୍କ ବ୍ୟକ୍ତଗତ ତଥ୍ୟ ବି ଦିଆଯାଉଥିଲା । ଏହି ଫଟୋରେ କମେଣ୍ଟ ଦେଇ ଗ୍ରୁଫ ସଦସ୍ୟ ମାନେ କେମିତି ମହିଳାଙ୍କୁ ଦୁଷ୍କର୍ମ କରାଯିବ ଓ କିପରି ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯିବ ତାର ଭିନ୍ନ ଭିନ୍ନ ଟେକନିକ ଉପରେ ଆଲୋଚନା କରୁଥିଲେ ।

ତାଛଡା ଅନେକ ଆପତ୍ତିଜନ ଓ ବେଆଇନ ପୋଷ୍ଟ ବି କରାଯାଉଥିଲା ।ଘଟଣା ଲୋକ ଲୋଚନକୁ ଆସିବା ପରେ ଦିଲ୍ଲୀ ମହିଳା କମିଶନ ଏହି ଗୃଫର କିଛି ସ୍କ୍ରିନସଟ ନେଇ ନିଜ ଆଡୁ ତଦନ୍ତ ଆରମ୍ଭ କରିଛନ୍ତି । ଏନେଇ ପ୍ରଥମେ ଇଂଷ୍ଟାଗ୍ରାମକୁ ନୋଟିସ କରାଯାଇଛି । ସମସ୍ତ ଗୃଫ ମେମ୍ବରଙ୍କ ନା,ମେଲ ଆଇଡି,ଲୋକେସନ ମଗାଯାଇଛି । ତଛଡା ଦିଲ୍ଲୀ ପୋଲିସକୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.