fbpx

ସ୍ୱପ୍ନରେ କରୋନା, ନିଦ ହାରାମ ,ବଢ଼ୁଛି ମାନସିକ ରୋଗୀସଂଖ୍ୟା

ଭୁବନେଶ୍ୱର:୪ ।୫(ଓଡିଶା ଭାସ୍କର): କରୋନା ନେଇ ଭୟଭୀତ ନହେବାକୁ ଡାକ୍ତର ଦେଉଛନ୍ତି ପରାମର୍ଶ । ଗୁଜବ ନ ଶୁଣିବାକୁ ଉପଦେଶ । କିଛି ଲୋକଙ୍କୁ ତ ସ୍ୱପ୍ନରେ ଆସୁଛି କରୋନା । ଗାୟବ ହେଉଛି ନିଦ । ତଛଡା କ୍ୱାରେଣ୍ଟିନରେ ରହିବା ଦ୍ୱାରା ବିଗୁଡୁଛି ମାନସିକ ସ୍ଥତି । କରୋନାକୁ ନେଇ ଡର, ଲକ ଡାଉନରେ ଘରେ ରହିବା ,ବ୍ୟାପାରରେ କ୍ଷତି ଯୋଗୁଁ ଏନଜାଇଟି ଡିଜଡର ଓ ଡିପ୍ରେସନ ରୋଗୀ ୪୦ ପ୍ରତିଶତ ବଢ଼ିଯାଇଛନ୍ତି । ପରିସ୍ଥିତି ଏପରିକି ସମାନ୍ୟ ଚିଙ୍କ କାଶ ହେଲେ ନିଜେ ନିଜକୁ କରୋନା ରୋଗୀ ବୋଲି ମାନିନେଉଛନ୍ତି । କରୋନା ସଂକ୍ରମଣ ଆରମ୍ଭ ହେବା ପରେ ବଢ଼ିଛି ମାନସିକ ରୋଗୀ ସଂଖ୍ୟା ।
କେଶ ନଂ ୧- ବ୍ୟାଙ୍କରେ କାମ କରୁଥିବା ମଳିହାଙ୍କୁ କାଶ ହେବା ଆରମ୍ଭ ହେଲା । ନିଜେ କରୋନା ଆକ୍ରାନ୍ତ ବୋଲି ଭାବି ଆଇସୋଲେସନରେ ରହିଲେ । ଏପରି ଭୟଭୀତ ଥିଲେ କି ନିଜ ଦେଢ଼ ବର୍ଷର ଶିଶୁ କୁ ବି ନିଜଠୁ ଦୂରରେ ରଖିଲେ । ଅବଶ୍ୟ ପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଲା । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ମାନସିକ ଅବସ୍ଥାରେ ସୁଧାର ଆସିନାହିଁ । ଏବେ ବି ବିନା ମାସ୍କରେ ଲୋକଙ୍କୁ ଦେଖିଲେ ପୋଲିସକୁ ଫୋନ କରିଦେଉଛନ୍ତି ।

କେଶ ନଂ ୨- ୬୫ ବର୍ଷର ଜଣେ ବ୍ୟକ୍ତିଙ୍କ ସ୍ୱପ୍ନରେ ଆସୁଛି କରୋନା । ସ୍ୱପ୍ନରେ ସେ ଦେଖୁଛନ୍ତି ତାଙ୍କୁ କରୋନା ହୋଇଛି । ବନ୍ଧୁବାନ୍ଧବ କେହି ତାଙ୍କୁ ଛୁଇଁବାକୁ ଚାହୁଁନାହାନ୍ତି । ତାଙ୍କ ଅବସ୍ଥା ଦିନକୁ ଦିନ ଗୁରୁତର ହେଉଛି ।
କେଶ ନଂ ୩- କିଛି ଗର୍ଭବତୀ ମହିଳା ତ କରୋନା ପାଇଁ ଏତେ ଭୟଭୀତ ଯେ ଡାକ୍ତରଙ୍କୁ ଫୋନ କରି କରି ନୟାନ୍ତ କରିସାରିଲେଣି । ପ୍ରତିଥର ଫୋନ କରି ପ୍ରଶ୍ନ କରୁଛନ୍ତି ସାର ମତେ କରୋନା ହୋଇଛି କି । ମୋ ଗର୍ଭରେ ଥିବା ପିଲାକୁ କରୋନା ହୋଇନି ତ ?

Get real time updates directly on you device, subscribe now.