fbpx

ଖଟା ପାଣିରେ ୟୁରିନ୍ ମିଶାଇ ବିକ୍ରି କରୁଥିଲା ଗୁପଚୁପ୍ ବେପାରୀ, ଭିଡିଓ ଭାଇରାଲ୍ ପରେ ଗିରଫ କଲା ପୋଲିସ୍

ନୂଆଦିଲ୍ଲୀ: ଗୁପଚୁପ୍ ଖାଇବାକୁ ପସନ୍ଦ କରୁଥିବା ଲୋକମାନଙ୍କ ପାଇଁ ଏକ ନିରାଶଜନକ ଖବର । ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଜୋରରେ ଭାଇରାଲ୍ ହେଉଛି । ଯାହକୁ ଦେଖିବା ପରେ ଆପଣ ମାନେ ଆଉ କେବେ ବି ଗୁପଚୁପ୍ ଖାଇବାକୁ ପସନ୍ଦ କରିବେ ନାହିଁ । ତେବେ ଭିଡିଓରେ ବେପାରୀ ଜଣକ ଖଟା ପାଣିରେ ୟୁରିନ୍ ମିଶାଉଥିବା ଦେଖିବାକୁ ମିଳିଛି । ଭିଡିଓ ଭାଇରାଲ ପରେ ପୋଲିସ୍ ଆକ୍ସନ୍ ମୋଡ଼କୁ ଆସିଛି ଏବଂ ଉକ୍ତ ଗୁପଚୁପ୍ ବେପାରୀକୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ଏହି ଘଟଣା ଦେଖିବାକୁ ମିଳିଛି ଆସାମର ଗୌହାଟିରୁ । ଏଠାରେ ଜଣେ ଗୁପଚୁପ୍ ବେପାରୀ ଠେଲା ଧରି ଠିଆ ହୋଇଥିବା ଦେଖିବାକୁ ମିଳିଛି । ଏହି ସମୟରେ ଆଉ ଜଣେ ବେପାରୀର ପଛ ପଟେ ବସିଛି । ଏହା ଭିତରେ ଉକ୍ତ ବେପାରୀ ଜଣକ ମଗ୍ ରେ ୟୁରିନ୍ କରୁଥିବା ଦେଖାଯାଉଛି । ଏହାପରେ ମଗ୍ ରେ ଥିବା ୟୁରିନ୍ କୁ ଗୁପଚୁପ୍ ପାଣିରେ ବ୍ୟବହାର କରିବାକୁ ମିଶାଉଛି ।

ଭିଡିଓଟିକୁ କେହି ଜଣେ ନିଜ ଫୋନ୍ ରେ ରେକର୍ଡ କରି ସୋସିଆଲ୍ ମିଡିଆରେ ଅପଲୋଡ୍ କରିବା ପରେ ଏହି ଘଟଣା ପୋଲିସ୍ ପାଖରେ ପହଞ୍ଚିଛି । ଆଉ ପୋଲିସ୍ ଗୁପଚୁପ୍ ବେପାରୀ ବିରୋଧରେ ଆକ୍ସନ୍ ମୋଡକୁ ଆସିଛି ଏବଂ ତାକୁ ଗିରଫ କରିଛି ।

Get real time updates directly on you device, subscribe now.