fbpx

ଖୁସି ଖବର! ଭାରତୀୟ ଡାକ ବିଭାଗରେ ୩୦୦୪୧ଟି ପଦବୀ ଖାଲି : ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ

ନୂଆଦିଲ୍ଲୀ : ଇଣ୍ଡିଆ ପୋଷ୍ଟରେ ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଗ୍ରାମୀଣ ଡାକ ସେବ. ଆସିଷ୍ଟାଣ୍ଡ ବ୍ରାଣ୍ଡ ପୋଷ୍ଟମାଷ୍ଟର ଏବଂ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଆଦି ପଦବୀ ପାଇଁ ନିଯୁକ୍ତି ପ୍ରକାଶ ପାଇଛି । ଇଣ୍ଡିଆ ପୋଷ୍ଟ ମନ୍ତ୍ରାଳୟ ଅଧୀନରେ ଯୋଗାଯୋଗ କରୁଛି । ଭାରତରେ ଏବେ ୨୩ଟି ଡାକ ସର୍କଲ କାର୍ଯ୍ୟ କରୁଛି । ଏହି ପଦବୀ ଗୁଡିକ ପାଇଁ ଆବେଦନର ଶେଷ ତାରିଖ ଅଗଷ୍ଟ ୨୩,୨୦୨୩ ପର୍ଯ୍ୟନ୍ତ ରହିଛି । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାକୁ ହେଲେ ଅଫିସିଆଲ ୱେବସାଇଟ  www.indiapostgdsonline.gov.in କୁ ଯାଇ ଲଗଇନ କରନ୍ତୁ ।

ଜରୁରୀ ତାରିଖ : ଆବେଦନର ଶେଷ ତାରିଖ ଅଗଷ୍ଟ ୨୩ ଅଟେ । ଯଦି ଆପଣଙ୍କ ଆବେଦନ ପତ୍ରରେ କୌଣସି ତୃଟି ରହିଛି, ତେବେ ତାହାକୁ ସୁଧାରିବା ପାଇଁ ଅଗଷ୍ଟ ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରିତ କରାଯାଇଛି ।

ପଦବୀ ବିବରଣୀ : ୩୦୦୪୧

ଶିକ୍ଷାଗତ ଯୋଗ୍ୟତା : ପ୍ରର୍ଥୀ ୧୦ମ ପାସ କରିଥରବା ନିହାତି ଆବଶ୍ୟକ । ଏହା ସହ ଇଂରାଜୀ ଏବଂ ଗଣିତରେ ଭଲ ମାର୍କ ରହିଥିବା ଜରୁରୀ । ଏହା ଛଡା ପ୍ରାର୍ଥୀଙ୍କୁ ସ୍ଥାନୀୟ ଭାଷା ଆସୁଥିବା ଆବଶ୍ୟକ ।

ଆବେଦନ ଶୁଳ୍କ : ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଦେବାକୁ ହେବ । ସମସ୍ତ ମହିଳା, ଟ୍ରଅନ୍ସ ମହିଳା, ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ।

କିପରି କରିବେ ଆବେଦନ :

ପ୍ରଥମେ ଅଫିସିଆଲ ୱେବସାଇଟ indiapostgdsonline.gov.in କୁ ଯାଆନ୍ତୁ ।
ଏହାପରେ ହୋମ ପେଜକୁ ଯାଇ ରେଜିଷ୍ଟ୍ରେସନ ଲିଙ୍କ ଉପରେ କ୍ଲିକ କରନ୍ତୁ ।
ରେଜିଷ୍ଟ୍ରେସନ ପରେ ଆବେଦନ କରନ୍ତୁ ।
ପରେ ଦିଆଯାଇଥିବା ଆବେଦନର ଶୁଳ୍କ ଭରନ୍ତୁ ।
ସମସ୍ତ ଆବଶ୍ୟକ ଦସ୍ତାବିଜକୁ ଅପଲୋଡ କରନ୍ତୁ ।
ଶେଷରେ ସବମିଟ କରି, ତାହାର ଏକ କପିର ପ୍ରିଣ୍ଟି ବାହାର କରି ନିଜ ପାଖରେ ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://indiapostgdsonline.cept.gov.in/Notifications/Model_Notification.pdf

Get real time updates directly on you device, subscribe now.