fbpx

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର, ଦରମାରେ ବୃଦ୍ଧି ହେବ ୪୯୪୨୦ ଟଙ୍କା!

ନୂଆଦିଲ୍ଲୀ: ନୂଆ ବର୍ଷ ଅରମ୍ଭ ହେବାକୁ ମାତ୍ର ଏକ ମାସ ବାକି ଅଛି । ୨୦୨୩ ବର୍ଷ ଆରମ୍ଭ ହେବା ସହ କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ଖୁସି ଖବର ଆସି ପହଁଚିଛି । ଲକ୍ଷ ଲକ୍ଷ ଲୋକଙ୍କ ଦରମା ବଢିବାକୁ ନେଇ ଥିବା ଆଶା, ଯଥା ଶିଘ୍ର ପୂରଣ ହେବାକୁ ଯାଉଛି । ସୂଚନା ଅନୁଯାୟୀ ଫିଟମେଣ୍ଟ ଫ୍ୟାକ୍ଟର ଫାଇଲରେ କାମ ଚାଲିଛି । କିନ୍ତୁ ଏହା ଆଶା କରାଯାଉଛି ୨୦୨୩ବର୍ଷର ଶେଷ ଆଡକୁ କାର୍ଯ୍ୟକାରୀ ହେବ । ମୌଳିକ ଆଧାରରେ ସମସ୍ତଙ୍କ ଦରମା ବୃଦ୍ଧି ଘଟିବ ନେଇ ସୂଚନା ମିଳିଛି ।

ସେପ୍ଟେମ୍ବର ମାସ ଭତ୍ତାରେ ୪ପ୍ରତିଶତ ବୃଦ୍ଧି ଘଟି ୩୮ ପ୍ରତିଶତରେ ପହଁଚିଥିଲା । ଜାନୁଆରୀ ଏବଂ ଜୁଲାଇ ମାସରେ ମଧ୍ୟ ଏହା ବଢିବ ହେଲେ କେନ୍ଦ୍ରୀୟ କର୍ମଚାରୀମାନେ ବହୁ ଦିନରୁ ବେତନ ଆୟୋଗର ଫିଟମେଣ୍ଟ ଫେକ୍ଟରକୁ ବଢାଇବା ପାଇଁ ଦାବି କରିଛନ୍ତି । ସେମାନେ ଦାବି କରିଛନ୍ତି ଯେ, ସରକାର ଲୋକସଭା ନିର୍ବାଚନ ପୂର୍ବରୁ ୨୦୨୩ରେ ଏହାକୁ ଫାଇନଲ କରିବାକୁ କହିଛନ୍ତି । ବର୍ତ୍ତମାନ ୨.୫୭ ଗୁଣ ଫିଟମେଣ୍ଟ ଫେକ୍ଟର ସହିତ କେନ୍ଦ୍ରୀୟ କର୍ମଚାରୀ ମାନଙ୍କ ନ୍ୟୁନତମ ଦରମା ୧୮,୦୦୦ଟଙ୍କା । ବହୁତ ଦିନରୁ ଏହାକୁ ୩.୬୮ ଗୁଣ ବଢାଇବା ପାଇଁ ଦାବି କରିଯାଉଛି । ଖବର ଅନୁସାରେ ସରକାର ଏହାର ମଝି ରାସ୍ତା ବାହର କରି ଫିଟମେଣ୍ଟ ଫେକ୍ଟରକୁ ୩ ଗୁଣା କରିପାରନ୍ତି ।

ସରକାର ଯଦି ଫିଟମେଣ୍ଟ ଫ୍ୟାକ୍ଟରକୁ ୩ଗୁଣା କରୁଛନ୍ତି ତେବେ ଏହା ଲୋକମାନଙ୍କ ପାଇଁ ଖୁସି ଖବର । ଉଦାହରଣ ସ୍ୱରୂପ କର୍ମଚାରୀ ମାନଙ୍କ ମୂଳ ଦରମା ୧୮,୦୦୦ ଟଙ୍କା, ଏହା ବର୍ତ୍ତମାନ ବଢି ୧୮ ହଜାର ଟଙ୍କାରେ ୨.୫୭ ଗୁଣନ କଲେ ୪୬,୨୬୦ ଟଙ୍କା ହେଉଛି । ହେଲେ ଫିଟମେଣ୍ଟ ଫ୍ୟାକ୍ଟରରେ ୩ଗୁଣା ହେବାରେ ମୌଳିକ ଦରମା ୨୧,୦୦୦ ଟଙ୍କା ହୋଇଯିବ । ଏହା ଭତ୍ତାର ମୂଳ ଦରମାରେ ୬୩,୦୦୦ ହୋଇଯିବ । କେନ୍ଦ୍ରୀୟ କର୍ମଚାରୀ ମାନଙ୍କ ଦରମାରେ ଭତ୍ତା ଛଡା ଅଲଗା ଭତ୍ତା ମଧ୍ୟ ରହିଛି । ଦରମାରେ ପ୍ରୋବିଡେଣ୍ଟ ଫଣ୍ଡ ଏବଂ ଗ୍ରାଚ୍ୟୁଟି ମଧ୍ୟ ଅନ୍ତର୍ଭୁକ୍ତ ଅଛି । କେନ୍ଦ୍ରୀୟ କର୍ମଚାରୀଙ୍କ ଇପିଏଫ ଏବଂ ଗ୍ରାଚ୍ୟୁଟି ଦରମା ଏବଂ ଡିଏରେ ଲିଙ୍କ ହୋଇଥାଏ । ଏହି କାରଣରୁ ତାଙ୍କର ଇପିଏଫ ଏବଂ ଗ୍ରାଚ୍ୟୁଟି ହିସାବ କରିବା ପାଇଁ ଅଲଗା ଫର୍ମୁଲା ଲାଗୁ ହୋଇଥାଏ । ଭତ୍ତା ଏବଂ ଅନ୍ୟ ରିହାତି ସିଟିସିରେ ହୋଇଥାଏ ।

Get real time updates directly on you device, subscribe now.