fbpx

ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା: ମହଙ୍ଗା ମାଡରୁ ଖାଉଟିଙ୍କୁ ମିଳିବ ମୁକ୍ତି

ନୂଆଦିଲ୍ଲୀ: ରାଜ୍ୟ ତଥା ଦେଶରେ ସମସ୍ତ ଜିନିଷର ଦରଦାମ ହୁହୁ ହୋଇ ବଢି ଚାଲିଛି । ଫଳରେ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାସ କରି ଖାଇବା ତେଲ, ପନିପରିବା ଏବଂ ପେଟ୍ରୋଲ, ଡିଜେଲର ଦର ବୃଦ୍ଧି ଖାଉଟିଙ୍କୁ ଚିନ୍ତାରେ ପକାଇଛି । ତେବେ ଏହାରି ମଧ୍ୟରେ ଅର୍ଥମନ୍ତ୍ରାଳୟ ତରଫରୁ ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁତିରେ କୁହାଯାଇଛି , ଖରିଫ ଫସଲ ଆସିବା ସହିତ ଆସନ୍ତା କିଛି ମାସ ମଧ୍ୟରେ ମୁଦ୍ରାସ୍ପୀତି ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଏଥିସହିତ ବ୍ୟବସାୟରେ ମଧ୍ୟ ଉନ୍ନତି ହେବାର ସମ୍ଭାବମନା ରହିଛି । ତେବେ ମାସିକ ଅର୍ଥନୈତିକ ରିପୋର୍ଟରେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଏହି ସୂଚନା ଦେଇଛନ୍ତି ।

ତେବେ ଅର୍ଥମାନ୍ତ୍ରୀଙ୍କ ସୂଚନା ଅନୁଯାୟୀ,ଅକ୍ଟୋବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୭୭ ପ୍ରତିଶତକୁ ଖସି ଆସିଛି। ଯାହାକି ସେପ୍ଟେମ୍ବର ତୁଳନାରେ କମ୍ ଅଟେ । ତେବେ ଚଳିତ ବର୍ଷ ଜାନୁୟାରୀରୁ ମୁଦ୍ରାସ୍ଫୀତି ହାର ରିଜର୍ଭ ବ୍ୟାଙ୍କ ସ୍ଥିର କରିଥିବା ସୀମାଠାରୁ ୨ ରୁ ୬ ପ୍ରତିଶତ ବାହାରେ ଚାଲିଛି। ଚଳିତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟୋମାସିକ ଖୁଚୁରା ମୁଦ୍ରାସ୍ଫୀତି ହାର ୬ ପ୍ରତିଶତ ତଳକୁ ଖସିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଆଶା କରାଯାଉଥିଲା। ତେବେ ସେପ୍ଟେମ୍ବର ତୁଳନାରେ ଅକ୍ଟୋବରରେ ମୁଦ୍ରାସ୍ଫୀତି ହାର କମ୍ ରହିଛି,ଯାହାକି ଅନେକ ଖାଉଟିଙ୍କୁ ଆଶ୍ୱସ୍ତି କରିଛି । ଏହି ହ୍ରାସ ଆଗକୁ ଆହୁରି ବଢିବାର ସମ୍ଭାବନା ମଧ୍ୟ ରହିଛି । ତେବେ ଆନ୍ତର୍ଜାତୀୟ ଦ୍ରବ୍ୟର ମୂଲ୍ୟରେ ହ୍ରାସ ଏବଂ ବଜାରରେ ଖରିଫ ଫସଲ ଆସିବା କାରଣରୁ ମୁଦ୍ରାସ୍ଫୀତି ହ୍ରାସ ପାଇବ।

ଅର୍ଥ ମନ୍ତ୍ରଣାଳୟ କହିଛି ଯେ ବିଶ୍ୱ ଅର୍ଥନୀତିର ହ୍ରାସ ରପ୍ତାନି ଉପରେ ପ୍ରଭାବ ପକାଇବ। ଏଥିସହିତ ପ୍ରକାଶିତ ସରକାରୀ ବାଣିଜ୍ୟ ଆକଳନରୁ ଏହା ମଧ୍ୟ ଜଣାପଡିଛି ଯେ ଅକ୍ଟୋବରରେ ଟ୍ରେଡ ଡେଫିସେଟି ବୃଦ୍ଧି ପାଇଁ ୨୬.୯୧ ବିଲିୟନ ଡଲାରରେ ପହଞ୍ଚିଛି । ଯାହାକି ସେପ୍ଟେମ୍ବରରେ ୨୫.୭୧ ବିଲିୟନ ଡ଼ଲାର ଥିଲା। ଅର୍ଥନୈତିକ ରିପୋର୍ଟ ଅନୁଯାୟୀ, ମୁଦ୍ରାସ୍ପିତି ହ୍ରାସ ଯୋଗୁଁ ବିଶ୍ୱ ଅଭିବୃଦ୍ଧି ଉପରେ ଏହାର ପ୍ରଭାବ ଦୃଶ୍ୟମାନ ହେଉଛି । ଆସନ୍ତା ବର୍ଷରେ ଭାରତରେ ଭଲ ଅଭିବୃଦ୍ଧି ଆଶା କରାଯାଉଛି। ଏହା ବ୍ୟତୀତ ଚାକିରିରେ ବୃଦ୍ଧି ହେବାର ଆଶା ମଧ୍ୟ ଅଛି । କରୋନା ମହାମାରୀ ମଧ୍ୟରେ ପ୍ରତିବନ୍ଧକ ହଟାଇବା ହେତୁ ଖୁଚୁରା ବିକ୍ରିରେ ବହୁ ଅଭିବୃଦ୍ଧି ରେକର୍ଡ କରାଯାଉଛି  ଆଗାମୀ ଦିନରେ ଏହି କ୍ଷେତ୍ରରେ ନିଯୁକ୍ତି ମଧ୍ୟ ଭଲ ହେବ ବୋଲି ଆଶା କରାଯାଉଛି।

Get real time updates directly on you device, subscribe now.