Mandela Effect କଣ: ଏକସଙ୍ଗେ ଅନେକ ଲୋକଙ୍କୁ ଗୋଟିଏ ପ୍ରକାର ଭ୍ରମ କିପରି ହୁଏ

ନୂଆଦିଲ୍ଲୀ: ଆପଣଙ୍କୁ କେବେ ଭ୍ରମ ହୋଇଛି କି? ଥରେ ଭାବନ୍ତୁ ଯଦି ଗୋଟିଏ ପ୍ରକାର ଭ୍ରମ ଅନେକ ଲୋକଙ୍କ ସହିତ ହେବ, ସେ କ୍ଷେତ୍ରରେ କ’ଣ ହେବ । ଏହି କଥାଟି ଶୁଣିବାକୁ ଅଜବ ଲାଗୁଥାଇପାରେ, ମାତ୍ର ବହୁତ ଲୋକଙ୍କୁ ଗୋଟିଏ ପ୍ରକାର ଭ୍ରମ ହେବା ନେଇ ଅନେକ ଉଦାହରଣ ରହିଛି । ଅମିତାଭ ବଚନଙ୍କ ସୁପରହିଟ ଫିଲ୍ମ ଶେହେନଶାର ଏକ ଡାଇଲଗ୍ ଥିଲା ‘ରିସ୍ତେ ମେଁ ହମ ତୁମହାରେ ବାପ ଲଗତେ ହୈ, ନାମ ହୈ ଶେହେନଶା… ।’ ମାତ୍ର ଫିଲ୍ମରେ ଏପରି କୌଣସି ଡାଇଲଗ୍ ନାହିଁ ।

ଫିଲ୍ମର ଅସଲି ଡାଇଲଗ୍ ହେଉଛି ‘ରିସ୍ତେ ମେଁ ହମ ତୁମହାରେ ବାପ ହୋତେ ହୈ… ।’ ଏହା ହେଉଛି ‘ମଣ୍ଡେଲା ଇଫେକ୍ଟ’ର ଏକ ଉଦାହରଣ । ଅଧିକାଂଶ ଲୋକ ପିକାଚୁର ଲାଞ୍ଜ ହଳଦିଆ ଓ କଳା ହୋଇଥାଏ ବୋଲି ଧରିନେଇଥାନ୍ତି । ବାସ୍ତବରେ ପିକାଚୁର ଲାଞ୍ଚ କେବଳ ହଳଦିଆ ହୋଇଥାଏ । ସେହିପରି ଆପଣଙ୍କର ମନପସନ୍ଦର ଚକୋଲୋଟ KitKatରେ କୌଣସି ହାଇଫେନ୍ (Kit-Kat) ଲାଗିନଥାଏ । ଲୋକମାନେ କେରଳର ସ୍ପେଲିଂ Ker(e)la ଭାବେ ଲେଖିଥାନ୍ତ । ମାତ୍ର ଠିକ୍ ସ୍ପେଲିଂ ହେଉଛି Ker(a)la। ୯୦ ଦଶକର ପ୍ରସିଦ୍ଧ କାର୍ଟୁନ Looney Tunes ଅଟେ, ମାତ୍ର ଏହାକୁ ଲୋକମାନେ Looney Toons ଲେଖିଥାନ୍ତି ।

‘ମଣ୍ଡେଲା ଇଫେକ୍ଟ’ ଏକ ପ୍ରକାରର ସାଇଣ୍ଟିଫିକ୍ ପ୍ରଭାବ, ଯାହାଦ୍ୱାରା ଅନେକ ଲୋକ ଗୋଟିଏ ଭ୍ରମରେ ପଡ଼ିଯାଇଥାନ୍ତି । ଉକ୍ତ କଥାଟି ସମସ୍ତେ ଠିକ୍ ବୋଲି ଭାବି ନେଇଥାନ୍ତି । ଏ କ୍ଷେତ୍ରରେ ତାହା ସତ୍ୟର ବିଗଡ଼ା ରୂପ ବା ସତଠାରୁ ବିଲକୁଲ ଅଲଗା ହୋଇଥାଏ । ଏହାର ପ୍ରଭାବ ପ୍ରଥମେ ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲସନ ମଣ୍ଡେଲାଙ୍କଠାରେ ଦେଖାଯାଇଥିଲା । ତେଣୁ ଏହାର ନାମ ରଖାଯାଇଥିଲା ‘ମଣ୍ଡେଲା ଇଫେକ୍ଟ ।’ ୧୯୮୯ରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସମସ୍ତଙ୍କର ଧାରଣା ଥିଲା । ମାତ୍ର ତାହା ସମ୍ପୂର୍ଣ୍ଣ ଭାବେ ଭୁଲ୍ ଥିଲା । ମଣ୍ଡେଲା ୨୦୧୩ରେ ମୃତ୍ୟୁବରଣ କରିଥିଲେ ।

Get real time updates directly on you device, subscribe now.