fbpx
BJD SKY
BJD SKY

ସାଧାରଣ ଜନତାଙ୍କ ପାଇଁ ଖୁସି ଖବର: ଦିୱାଲି ପୂର୍ବରୁ ଉପହାର ଦେବେ ମୋଦୀ ସରକାର

BJD

ନୂଆଦିଲ୍ଲୀ: କୃଷକମାନଙ୍କ ପାଇଁ ପିଏମ କିସାନ ସମ୍ମାନ ନିଧି ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର । ଏହାବ୍ୟତୀତ ବିଭିନ୍ନ ଯୋଜନାରେ ସରକାର ସାଧାରଣ ଗରିବ ଲୋକଙ୍କୁ ସହାୟତା ପ୍ରଦାନ କରୁଛନ୍ତି । ବର୍ତ୍ତମାନ ଏହିଭଳି ଆଉ ଏକ ଖୁସି ଖବର ଶୁଣାଇଛନ୍ତି ମୋଦୀ ସରକାର । ଦୀପାବଳି ପୂର୍ବରୁ ଲୋକମାନଙ୍କୁ ଏହା ଏକ ଉପହାର ହେବ ବୋଲି କୁହାଯାଉଛି ।

ଗହମ ଶସ୍ତା କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଅନେକ ପଦକ୍ଷେପ ନିଆଯାଉଛି । ଗହମର ଦରବୃଦ୍ଧି ଉପରେ ନିୟନ୍ତ୍ରଣ ରଖିବା ପାଇଁ ସରକାର ଆମଦାନୀ ଶୁଳ୍କରେ ରିହାତି ଦେବା ସହିତ ଅନ୍ୟ ବିକଳ୍ପ ଉପରେ ମଧ୍ୟ ବିଚାରବିମର୍ଶ କରୁଛନ୍ତି । ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଭାରତ ଏପର୍ୟ୍ୟନ୍ତ ସରକାରୀ ସ୍ତରରେ ଭୁଟାନରୁ ୮୦,୦୦୦ ଟନ୍ ଚାଉଳ ଯୋଗାଣ ପାଇଁ ଅନୁରୋଧ ଗ୍ରହଣ କରିଛି। ଗତବର୍ଷ ସରକାର ଘରୋଇ ଉପଲବ୍ଧତା ଏବଂ ଖୁଚୁରା ବଜାରରେ ଦରବୃଦ୍ଧି ଉପରେ କାବୁ କରିବା ପାଇଁ ଗହମର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଗହମ ଏବଂ ମଇଦାର ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଖୋଲା ବଜାରରେ ଗହମ ଷ୍ଟକକୁ ମଇଦା ମିଲ ଏବଂ ଅନ୍ୟ ବ୍ୟବସାୟୀଙ୍କୁ ବିକ୍ରି କରୁଛନ୍ତି।

ଗତ ନିଲାମୀ ପରେ ଗହମ ମୂଲ୍ୟରେ ବୃଦ୍ଧି ହୋଇଛି । ତେବେ ସରକାର ସମସ୍ତ ବିକଳ୍ପ ଉପରେ ବିଚାର କରି ଏକ ନିର୍ଣ୍ଣ ନେବେ ବୋଲି କହିଛନ୍ତି ଖାଦ୍ୟ ସଚିବ । ଓଏମଏସଏସ ଅନୁସାରେ ଏହାର ମୂଲ୍ୟରେ ଅଂକୁଶ ଲଗାଇବା ପାଇଁ ଆସନ୍ତା ମାର୍ଚ୍ଚ ସୁଦ୍ଧା ଅଟା ମିଲ୍, ବେପାରୀ ଏବଂ ଅନ୍ୟମାନଙ୍କ ମଧ୍ୟରେ ପ୍ରାୟ ୧୫ ଲକ୍ଷ ଟନ୍ ଗହମ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଦେଶରେ ପ୍ରବଳ ଗରମ ଏବଂ ‘ଲୁ’ ଯୋଗୁଁ ଗହମ ଉତ୍ପାଦନରେ ହ୍ରାସ ଘଟିଛି । ତେବେ ଖୁବଶୀଘ୍ର ଗହମ ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିବ ବୋଲି କହିଛନ୍ତି ଖାଦ୍ୟ ସଚିବ ସଞ୍ଜୟ ଚୋପ୍ରା ।

Get real time updates directly on you device, subscribe now.