fbpx
BJD SKY
BJD SKY

ବିଦ୍ୟୁତ୍ ଉପଭୋକ୍ତାଙ୍କ ଲାଗି ଖୁସି ଖବର, ଜାରି ରହିବ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି

BJD

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ ସରକାର ଆସିବା ପରଠାରୁ ଗତ ୯ ବର୍ଷ ଧରି ଜନତାଙ୍କୁ ବିଜୁଳି ବିଲ୍‌ରେ ରିହାତି ଦିଆଯାଉଛି । ଏହି ରିହାତି ଆଗକୁ ବି ଜାରି ରହିବ । ଏହାକୁ ନେଇ ଆଜି ଦିଲ୍ଲୀ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟତିତ ମନ୍ତ୍ରୀ ସୌରଭ ଭରଦ୍ୱାଜ, ଆତିଶୀ, ଇମରାନ୍ ହୁସେନ, କୈଳାଶ ଗେହଲଟ, ଗୋପାଳ ରାୟ ଓ ରାଜକୁମାର ଆନନ୍ଦ ଉପସ୍ଥିତ ଥିଲେ । ବୈଠକରେ ଏହା ନିଷ୍ପତ୍ତି ନିଆଗଲା କି ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଆଗକୁ ବି ଜାରି ରହିବ । ଏହି ଆଧାରରେ ଦିଲ୍ଲୀବାସୀ ୪୦୦ୟୁନିଟ୍ ପର୍ଯ୍ୟନ୍ତ ଅଧା ବିଲ୍ ଦେବେ । ସରକାର ଏହି ପ୍ରସଙ୍ଗରେ ଆଜି ଜରୁରୀ ବୈଠକ ଡାକିଥିଲେ ।

ଏକ ମାସ ପୂର୍ବରୁ କେଜ୍ରିୱାଲ ସରକାର ଦିଲ୍ଲୀବାସୀଙ୍କ ପାଇଁ ନୂଆ ସୋଲାର ନୀତି ଆଣିଥିଲେ । ଏହି ନୀତି ଜରିଆରେ ନିଜ ଘର ଛାତରେ ସୋଲାର ପ୍ୟାନେଲ ଲଗାଇଥିବା ଲୋକଙ୍‌କୁ ମାଗଣାରେ ବିଜୁଳି ଦେବାକୁ ସରକାର ପ୍ରସ୍ତୁତ ହେଉଛନ୍ତି । ଏହି ନୂଆ ସୋଲାର ନୀତିରେ ଶିଳ୍ପସଂସ୍ଥା ପରିଚାଳନା କରୁଥିବା ଲୋକଙ୍କୁ ବି ଫାଇଦା ହେବ । ସେମାନେ ବ୍ୟବସାୟିିକ ଅନୁଷ୍ଠାନରେ ସୋଲାର ପ୍ୟାନେଲ ଲଗାଇଲେ ସେମାନଙ୍କ ବିଜୁଳି ବିଲ୍ ଅଧା ହୋଇଯିବ । ଦିଲ୍ଲୀ ସୌର ନୀତି ଜରିଆରେ କେଜ୍ରିୱାଲ ସରକାରଙ୍କ ଯୋଜନା ରହିଛି କି ୫୦୦ ବର୍ଗମିଟର କ୍ଷେତ୍ରଫଳ ବିଶିଷ୍ଟ ସମସ୍ତ ସରକାରୀ ଭବନରେ ଆଗାମୀ ୩ ବର୍ଷ ମଧ୍ୟରେ ସୌର ପ୍ୟାନେଲ୍ ଲାଗିବା ଅନିବାର୍ଯ୍ୟ । ଦିଲ୍ଲୀ ସରକାର ୨୦୧୬ରେ ସୌର ନୀତି ଉପସ୍ଥାପନ କରିଥିଲେ ।

Get real time updates directly on you device, subscribe now.