fbpx

ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ୱ ଦେଲା ଏଆଇସିସି

ଓଡ଼ିଶା ଭାସ୍କର: ଗୋଟିଏ ପଟେ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ନେଇ ଆଲୋଚନା ଚାଲିଥିବା ବେଳେ ଅପରପକ୍ଷେ ନିର୍ବାଚନ ପରିଚାଳନା ନେଇ କଂଗ୍ରେସ କରୁଛି ସ୍ୱତନ୍ତ୍ର ରଣନୀତି। ଏଥିପାଇଁ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ଏଆଇସିସି ନୂଆ ଦାୟିତ୍ୱ ଦେଇଛି। ତାଙ୍କୁ ରାଜ୍ୟ କଂଗ୍ରେସୀ ନିର୍ବାଚନ ପରିଚାଳନା ଆବାହକ ଭାବେ ନିଯୁକ୍ତି ଦିଆଯାଇଛି। ତେବେ କଂଗ୍ରେସ ଟିକେଟରେ ପ୍ରସାଦ ହରିଚନ୍ଦନ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପୁରୀ ସତ୍ୟବାଦୀ ବିଧାନସଭା ଆସନରୁ ସେ ୧୯୯୫, ୨୦୦୦ ଓ ୨୦୦୯ରେ ବିଜୟୀ ହୋଇଥିଲେ। ଦଳର ଜଣେ ବରିଷ୍ଠ ନେତା ଭାବେ ତାଙ୍କୁ ଏହି ଗୁରୁଦାୟିତ୍ୱ ଦିଆଯାଇଛି।

ସୂଚନା ଅନୁଯାୟୀ, ପ୍ରସାଦ ହରିଚନ୍ଦନ ମିଡିଆ ସହିତ ସମନ୍ୱୟ ଓ ଯୋଗାଯୋଗ, ସୋସିଆଲ ମିଡିଆ, ୱାର୍ ରୁମ୍, ପ୍ରଗମନ ଓ ରାଜନୀତିକ କାର୍ୟ୍ୟକ୍ରମ କଥା ବୁଝାବୁଝି କରିବେ। ଏହା ସହ ଆଉ କିଛି ନେତାଙ୍କୁ ନିର୍ବାଚନ ନେଇ ଅନ୍ୟାନ ଦାୟିତ୍ୱ ମିଳିପାରେ ବୋଲି କୁହାଯାଉଛି। ସେହିପରି ବିଜେଡି-ବିଜେପି ମେଣ୍ଟ ହେଲେ ଅସନ୍ତୁଷ୍ଟ ନେତାଙ୍କୁ ଯୋଗାଯୋଗ କରିବା ଲାଗି କଂଗ୍ରେସ ଯୋଜନା କରୁଥିବା ଚର୍ଚ୍ଚା ହେଉଛି।

Get real time updates directly on you device, subscribe now.