fbpx

ଚାଷୀଙ୍କ ପାଇଁ ଖୁସି ଖବର: PM Kisan ଯୋଜନାରେ ବଢ଼ିଲା ୨୦୦୦ ଟଙ୍କା

ଓଡ଼ିଶା ଭାସ୍କର: ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ହିତାଧିକାରୀ ମାନଙ୍କ ପାଇଁ ସରକାର ଆଣିଛନ୍ତି ବଡ଼ ଖୁସି ଖବର। ଏଣିକି କୃଷକମାନଙ୍କୁ ଏହି ଯୋଜନାରେ ମିଳିବ ଅଧିକ ଟଙ୍କା। କାରଣ ଯୋଗ୍ୟ ହିତାଧିକାରୀଙ୍କୁ ବାର୍ଷିକ ୬,୦୦୦ ଟଙ୍କା ପରିବର୍ତ୍ତେ ଏଣିକି ୭,୦୦୦ ଟଙ୍କା ପ୍ରଦାନ କରାଯିବ। ଏହା ସହ ପ୍ରଥମ ପର୍ଯ୍ୟାୟରେ ରବି ଋତୁରେ ଗହମର ସର୍ବନିମ୍ନ ମୂଲ୍ୟରେ କ୍ୱିଣ୍ଟାଲ ପିଛା ପ୍ରତି ୧୨୫ଟଙ୍କା ବୋନସ ମିଳିବା ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

ସୂଚନା ଥାଉକି, ୨୦୧୯ ମସିହାରେ ଆରମ୍ଭ ହୋଇଥିବା ପିଏମ କିଷାନ ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀମାନଙ୍କୁ କେନ୍ଦ୍ର ସରକାର ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ପ୍ରଦାନ କରୁଛନ୍ତି । ତେବେ ବର୍ତ୍ତମାନ ଏହି ଯୋଜନାର ରାଶି ବୃଦ୍ଧି କରିବାକୁ ନେଇ ରାଜସ୍ଥାନର ଅର୍ଥମନ୍ତ୍ରୀ ଦିୟା କୁମାରୀ ଗୁରୁବାର ବିଧାନସଭାରେ କାମଚଳା ବଜେଟ୍‌ ଉପସ୍ଥାପନ କରିଥିଲେ। ଏଥିରେ ସେ ପିଏମ କିଷାନ ଯୋଜନା ଅଧିନରେ କୃଷକଙ୍କୁ ଦିଆଯାଉଥିବା ଆର୍ଥିକ ସହାୟତା ବାର୍ଷିକ ୬ ହଜାରରୁ ୮ହଜାର ବୃଦ୍ଧି କରାଯାଇଛି ବୋଲି ଘୋଷଣା କରିଛନ୍ତି। ସେହି ଅନୁଯାୟୀ ୨ହଜାର ଟଙ୍କା ବୃଦ୍ଧି କରାଯାଇଛି। ଏଥିସହ ପ୍ରଥମ ପର୍ଯ୍ୟାୟରେ ରବି ଋତୁରେ ଗହମର ସର୍ବନିମ୍ନ ମୂଲ୍ୟରେ କ୍ୱିଣ୍ଟାଲ ପିଛା ପ୍ରତି ୧୨୫ଟଙ୍କା ବୋନସ ମିଳିବା ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ତେବେ ରାଜସ୍ଥାନ ସରକାରଙ୍କ ଏହି ନିଷ୍ପତିକୁ ନେଇ ଚାଷୀମାନେ ଖୁସି ବ୍ୟକ୍ତ କରିଛନ୍ତି।

Get real time updates directly on you device, subscribe now.