fbpx
BJD SKY
BJD SKY

ବଢିଯିବ ସରକାରୀ କର୍ମଚାରୀଙ୍କ ଦରମା, କେନ୍ଦ୍ର ସରକାର ବଢାଇବାକୁ ଯାଉଛନ୍ତି ଡିଏ, ଜାଣନ୍ତୁ କେତେ ଲାଭ ପାଇବେ

BJD

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନିଜର ଏକ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ଲାଗି ମହଙ୍ଗା ଭତ୍ତା(ଡିଏ) ୩ ପ୍ରତିଶତ ବୃଦ୍ଧି କରି ୪୫ ପ୍ରତିଶତ କରିପାରନ୍ତି । ଏବେ କର୍ମଚାରୀଙ୍କର ଡିଏ ୪୨ ପ୍ରତିଶତ ରହିଛି । କର୍ମଚାରୀ ଓ ପେନସନ ଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ପ୍ରତି ମାସରେ ଶ୍ରମ ବ୍ୟୁରୋ ଦ୍ୱାରା ଜାରି କରାଯାଉଥିବା ଔଦ୍ୟୋଗିକ ଶ୍ରମିକଙ୍କ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ-ଆଇଡବ୍ଲ୍ୟୁ )ଆଧାରରେ ଧାର୍ଯ୍ୟ କରାଯାଏ । ଏହି ଶ୍ରମ ବ୍ୟୁରୋ ଶ୍ରମ ମନ୍ତ୍ରଣାଳୟର ଏକ ଶାଖା ।

ଅଲ ଇଣ୍ଡିଆ ରେଲୱେମ୍ୟାନ ଫେଡେରେସନର ମହାସଚିବ ଗୋପାଳ ମିଶ୍ରା କହିଛନ୍ତି ଜୁନ୍ ୨୦୨୩ ଲାଗି ସିପିଆଇ-ଆଇଡବ୍ଲ୍ୟୁ ୩୧ ଜୁଲାଇ ୨୦୨୩ରେ ଜାରି କରାଯାଇଥିଲା । ଆମେ ୪ ପ୍ରତିଶତ ଡିଏ ବୃଦ୍ଧି ଦାବୀ କରିଥିଲୁ । କିନ୍ତୁ ସରକାର ୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିବେ ବୋଲି ଅନୁମାନ ଲଗାଯାଇଛି । ସେ କହିଛନ୍ତି ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ଏହାର ରାଜସ୍ୱ ନିହିତାର୍ଥ ସହିତ ଡିଏ ବୃଦ୍ଧି ପ୍ରସ୍ତାବ ପ୍ରସ୍ତୁତ କରିବ ଓ ଏହାର ମଞ୍ଜୁରୀ ଲାଗି କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମକ୍ଷରେ ରଖିବ । ଏହାପରେ ମହଙ୍ଗା ଭତ୍ତା ୪୨ ପ୍ରତିଶତରୁ ବୃଦ୍ଧି ପାଇ ୪୫ ପ୍ରତିଶତ ହେବ ।

ଡିଏରେ ଏହି ବୃଦ୍ଧି ୧ ଜୁଲାଇ ୨୦୨୩ରୁ ଲାଗୁ ହେବ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଡିଏରେ ଶେଷ ସଂଶୋଧନ ୨୪ ମାର୍ଚ୍ଚ ୨୦୨୩ରେ କରାଯାଇଥିଲା ଓ ଏହାର ଲାଭ କର୍ମଚାରୀ ୧ ଜାନୁୟାରୀ ୨୦୨୩ରୁ ପାଇଥିଲେ ।

Get real time updates directly on you device, subscribe now.