fbpx

ଆଶା ବଢ଼ାଇଲା କେଭାକ୍ସିନ ଟିକା, ଆସିଲା ଭଲ ଫଳାଫଳ

ନୂଆଦିଲ୍ଲୀ, ୧୨ା୯: ଦେଶରେ ଦିନକୁ ଦିନ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । କରୋନା ଲଢ଼େଇ ପାଇଁ କୋଭାକ୍ସିନ ଟିକା ମାଙ୍କଡ଼ ଉପରେ ହୋଇଥିବା ପରୀକ୍ଷଣ ସଫଳ ହୋଇଛି । ଟିକା ଦିଆଯାଇଥିବା ମାଙ୍କଡ଼ଙ୍କ ଦେହରେ ଆଣ୍ଟିବଡ଼ି ବିକଶିତ ହୋଇଥିବା ନେଇ ସୂଚନା ମିଳିଛି । ଭାରତ ବାୟୋଟେକ ପକ୍ଷରୁ ଏହି ପରୀକ୍ଷଣ କରାଯାଇଥିଲା । ୨୦ଟି ମାଙ୍କଡ଼କୁ ନେଇ ୪ଟି ଗ୍ରୁପ ଜରିଆରେ ପରୀକ୍ଷଣ ଚାଲିଥିଲା ।

ଅନ୍ୟପଟେ ଗତ ୯ତାରିଖ ଦିନ କୋଭିଡ଼-୧୯ ଟିକା ପରୀକ୍ଷା ବନ୍ଦ ରଖିଥିଲା ବ୍ରିଟେନର ଫାର୍ମାସ୍ୟୁଟିକାଲ କମ୍ପାନୀ ଆଷ୍ଟ୍ରୋଜେନିକା । କାରଣ ଏହି ଟିକା ସ୍ୱେଚ୍ଛାସେବୀଙ୍କ ଠାରେ ପରୀକ୍ଷଣ କରାଯିବା ପରେ ଅଜଣା ଅସୁସ୍ଥତାର ଲକ୍ଷଣ ଦେଖା ଦେଇଥିଲା । ତେଣୁ କୋଭିଡ଼-୧୯ ଟିକାର ଶେଷ ପର୍ଯ୍ୟାୟ ପରୀକ୍ଷଣ ସ୍ଥଗିତ ରଖାଯାଇଛି । ଏହାପରେ ଗତ ୧୦ତାରିଖ ଦିନ ଭାରତରେ ମଧ୍ୟ କୋଭିସିଲ୍ଡ ଟିକାର ପରୀକ୍ଷଣ ବନ୍ଦ ରଖିଛି । ପରୀକ୍ଷଣ ବନ୍ଦ ନେଇ ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ମିଳିଛି । ଆଷ୍ଟ୍ରୋଜେନିକା ଟିକା ପ୍ରସ୍ତୁତିରେ ମଧ୍ୟ ସାମିଲ ଅଛି ସେରମ୍ ।

 

Get real time updates directly on you device, subscribe now.