fbpx

ଗାୟିକା ଅନୁରାଧା ପଡୱାଲଙ୍କ ପୁଅ ଆଦିତ୍ୟଙ୍କର ୩୫ ବର୍ଷ ବୟସରେ ଦେହାନ୍ତ

ନୂଆଦିଲ୍ଲୀ,୧୨ ।୯: ୨୦୨୦ ବର୍ଷରେ ଅନେକ ଦୁଃଖଦ ଘଟଣା ଘଟିସାରିଛି । କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ସିନେମା ଦୁନିଆରେ ଅନେକ କଳାକାର ଦୁନିଆକୁ ଅଲବିଦା କହିସାରିଛନ୍ତି । ଏହାରି ମଧ୍ୟରେ ବଲିଉଡର ସ୍ୱନାମଧନ୍ୟ ଗାୟିକା ଅନୁରାଧା ପଡୱାଲଙ୍କ ପୁଅ ଆଦିତ୍ୟ ପଡୱାଲଙ୍କ ଆଜି ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କ ମାତ୍ର ୩୫ ବର୍ଷ ବୟସ ହୋଇଥିଲା ।


ମିଳିଥିବା ସୂଚନା ଅନୁଯାୟୀ , ସେ ଗତ କିଛି ମାସ ଧରି ଅସୁସ୍ଥ ଥିଲେ । କିଡନୀ ସମସ୍ୟା କାରଣରୁ ଆଦିତ୍ୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେ ଦୀର୍ଘ ସମୟ ଧରି କିଡନୀ ରୋଗରେ ପୀଡିତ ଥିଲେ । ଆଦିତ୍ୟଙ୍କ ବିୟୋଗରେ ପଡୱାଲ ପରିବାର ଉପରେ ଦୁଃଖରେ ମ୍ରିୟମାଣ ହୋଇଯାଇଛି । ଆଦିତ୍ୟ ମଧ୍ୟ ତାଙ୍କ ମାଙ୍କ ପରି ଭଜନ ଏବଂ ଭକ୍ତି ଗୀତ ଗାଉଥିଲେ ।

Get real time updates directly on you device, subscribe now.