fbpx

ମଧ୍ୟବିତ୍ତ ପରିବାର ପାଇଁ ଖୁସି ଖବର, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ସରକାରୀ ଟ୍ୟାକ୍ସ ଦେଉଥିବା ମଧ୍ୟବିତ୍ତ ପରିବାରଙ୍କୁ ଏକ ବଡ ଖୁସି ଖବର ଦେବାରେ ମୋଦୀ ସରକାର ଲାଗିଛନ୍ତି । ଏହି ମାମଲରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି । ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ‘କରଦାତାମାନେ ହେଉଛନ୍ତି ରାଷ୍ଟ୍ରର ନିର୍ମାଣକାରୀ । ସେମାନଙ୍କ ପାଇଁ ଚାଟର୍ସ ଅଫ୍ ରାଇଟ୍ସ ଅଣାଯିବ ।’

ଏହା ସହିତ ନିର୍ମତା ସୀତାରମଣ କହିଛନ୍ତି ଯେ, ‘ ବିଶ୍ୱରେ ବହୁତ କମ୍ ଦେଶ ରହିଛି , ଯେଉଁଠାରେ କରଦାତାମାନଙ୍କ ପାଇଁ ଚାର୍ଟର ଅଫ୍ ରାଇଟ୍ସ ରହିଛି । ଏଥିରେ ଅଷ୍ଟ୍ରେଲିଆ, ବ୍ରିଟେନ ଓ ଆମେରିକା ସାମିଲ ହୋଇ ରହିଛି । ଏହି ଚାର୍ଟର ଅଫ୍ ରାଇଟ୍ସରେ ଟିକସଦାତାଙ୍କ ଦାୟିତ୍ୱ ଓ ଅଧିକାର ବିଷୟରେ ଉଲ୍ଲେଖ ରହିବ । ଟିକସଦାତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ରୟାସ ଆରମ୍ଭ ହେବ ।’


ତେବେ ବଜେଟରେ ମଧ୍ୟ ଟିକସଦାତାଙ୍କ ଚାର୍ଟର ବିଷୟରେ ଘୋଷଣା କରାଯାଇଛି । ଏହା ଆଇନଗତ ମାନ୍ୟତା ମିଳିବା ସହ ନାଗରିକମାନଙ୍କୁ ଆୟକର ବିଭାଗ ଦ୍ୱାରା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସେବା ଯୋଗାଇଦିଆଯିବ । ଏଥିରେୁ ଟିକସଦାତାମାନେ କିଛି ନୂଆ ଅଧିକାର ପାଇପାରିବେ ।

Get real time updates directly on you device, subscribe now.