ମହାନଦୀ ଜଳ ବିବାଦ ମାମଲାରେ କେନ୍ଦ୍ରକୁ ନୋଟିସ ଜାରି

0 110

ନୂଆଦିଲ୍ଲୀ, ୮ା୮: ମହାନଦୀ ଜଳ ବିବାଦ ମାମଲାର ଟ୍ରିବ୍ୟୁନାଲରେ ଶୁଣାଣି ଶେଷ ହୋଇଛି । ଜଷ୍ଟିସ ଏ.ଏମ୍ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଶୁଣାଣି ଶେଷ ହୋଇଛି । ଓଡ଼ିଶା ଓ ଛତିଶଗଡ଼ ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରାଯାଇଛି । ଅଗଷ୍ଟ ୨୯ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି । ଓଡ଼ିଶା ପକ୍ଷରୁ କେନ୍ଦ୍ର ସରକାରଙ୍କର ସି ଡ଼ବ୍ଲୁସି, ଆଇଏମଡ଼ି ଓ ଭୂତଳ ଜଳ ବୋର୍ଡ଼ ଆଦି ୩ଟି ସଂସ୍ଥାରୁ କିଛି ତଥ୍ୟ ପାଇଁ ଆବେଦନ କରାଯାଇଥିବାରୁ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରାଯାଇଥିବା ସୂଚନା ରହିଛି ।

Leave A Reply

Your email address will not be published.