fbpx

BIG BREAKING; ଶୁଭମନ ଗିଲଙ୍କୁ ଶୁଭ ସମ୍ବାଦ: ଆଇପିଏଲ ପୂର୍ବରୁ ମିଳିଲା ଗୁଜୁରାଟର ଗୁରୁଦାୟିତ୍ୱ

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପୂର୍ବରୁ ଗୁଜୁରାଟ ଟାଇଟନ୍ସରୁ ବିଦାୟ ନେଇଛନ୍ତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଆଇପିଏଲ ଟ୍ରେଡ ୱିଣ୍ଡୋରେ ସେ ନିଜର ପୂର୍ବ ଫ୍ରାଞ୍ଚାଇଜି ମୁମ୍ବାଇ ଇଣ୍ଡିଆନ୍ସକୁ ପେରିଛନ୍ତି । ତେବେ ଏହାପରେ ଗୁଜୁରାଟ ଦଳ ବାଛିଛି ନୂଆ ଅଧିନାୟକ । ଷ୍ଟାର ଓପନର ଶୁଭମନ ଗିଲଙ୍କୁ ଏହି ଦଳର ନେତୃତ୍ୱ ପ୍ରଦାନ କରିଛି ଟିମ୍ ମ୍ୟାନେଜମେଣ୍ଟ । ଆସନ୍ତା ଆଇପିଏଲ ସିଜନରେ ଗିଲ୍ ହାର୍ଦ୍ଦିକଙ୍କ ସ୍ଥାନରେ ଦଳର ନେତୃତ୍ୱ ନେବେ । ଏ ନେଇ ଅନେକ ଦିନରୁ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ବର୍ତ୍ତମାନ ଏ ନେଇ ଘୋଷଣା କରିଛି ଗୁଜୁରାଟ ଟାଇଟନ୍ସ ।

ଗୁଜୁରାଟ ଟାଇଟନ୍ସରୁ ବିଦାୟ ନେଇ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇଛନ୍ତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଗୁଜୁରାଟ ପକ୍ଷରୁ ୨ଟି ଆଇପିଏଲ ସିଜନ ଖେଳିଥିବା ହାର୍ଦ୍ଦିକ ଉଭୟ ଥର ଦଳକୁ ଫାଇନାଲରେ ପହଞ୍ଚାଇଛନ୍ତି । କିନ୍ତୁ ୨୦୨୨ରେ ଗୁଜୁରାଟର ହାତ ଧରିଥିବା ଅଧିନାୟକ ହାର୍ଦ୍ଦିକ ବର୍ତ୍ତମାନ ପୁରୁଣା ଦଳକୁ ଫେରିଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାପରେ ଗୁଜୁରାଟ ଟାଇଟନ୍ସ ଦଳ ପାଇଁ ନୂଆ ଅଧିନାୟକ ଚୟନ କରିଛି । ଟିମ ଇଣ୍ଡିଆ ତଥା ଗୁଜୁରାଟ ଟାଇଟନ୍ସର ଷ୍ଟାର ଓପନର ଶୁଭମନ ଗିଲଙ୍କୁ ଦଳର ନେତୃତ୍ୱ ପଦରେ ବିଭୂଷିତ କରିଛି ଗୁଜୁରାଟ ଟାଇଟନ୍ସ ।

ଏ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସୂଚନା ଦେଇଛି ଫ୍ରାଞ୍ଚାଇଜି । ଅଧିନାୟକ ପଦ ପାଇବା ପାଇଁ ଶୁଭମନଙ୍କୁ ଶୁଭକାମନା ଜଣାଇଛି ଟିମ ଗୁଜୁରାଟ । ଟାଇଟନ୍ସ ଏହି ପୋଷ୍ଟରେ ଲେଖିଛି ଯେ, ‘ଶୁଭ ଆରମ୍ଭ…’ । ୨୪ ବର୍ଷୀୟ ଗିଲ ନିକଟରେ ବିଶ୍ୱକପ ୨୦୨୩ ରେ ଅଂଶଗ୍ରହଣ କରିଥିଲେ ଏବଂ ଭଲ ପ୍ରଦର୍ଶନ ମଧ୍ୟ କରିଛନ୍ତି ଜ୍ଝ ତାଙ୍କର ଆଇପିଏଲ୍ ରେକର୍ଡ ବିଷୟରେ କହିବାକୁ ଗଲେ ଶୁବମାନ ଗିଲ ଏପର୍ୟ୍ୟନ୍ତ ୯୧ ଟି ମ୍ୟାଚ୍ ଖେଳିଛନ୍ତି। ଏହା ମଧ୍ୟରେ ଗିଲ୍ ୩ ଶତକ ଏବଂ ୧୮ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଗତକାଲି ସମସ୍ତ ଦଳ ପକ୍ଷରୁ ରିଟେନ୍ସନ ଏବଂ ରିଲିଜ ତାଲିକା ପ୍ରକାଶ ପାଇଥିଲା । ତେବେ ଗୁଜୁରାଟ ଟାଇଟନ୍ସ ପକ୍ଷରୁ ପ୍ରକାଶ ପାଇଥିବା ତାଲିକାରେ ସ୍ଥାନ ପାଇଥିଲେ ୨୦୨୩ ସିଜନର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । କିନ୍ତୁ ଏହାର କିଛି ସମୟ ପରେ ହାର୍ଦ୍ଦିକଙ୍କୁ ମୁମ୍ବାଇ ଟ୍ରେଡ କରି ନେଇଥିବା ଖବର ପ୍ରକାଶ ପାଇଛି । ବର୍ତ୍ତମାନ ଏ ନେଇ ଗୁଜୁରାଟ ଟାଇଟନ୍ସ ପକ୍ଷରୁ ମଧ୍ୟ ସ୍ପଷ୍ଟ ହୋଇଛି । ଆସନ୍ତା ସିଜନରେ ମୁମ୍ବାଇ ପକ୍ଷରୁ ହାର୍ଦ୍ଦିକ କେଳୁଥିବାର ନଜର ଆସିବେ ଏବଂ ଶୁଭମନ ଗିଲଙ୍କ ନେତୃତ୍ୱରେ କେଳିବ ଗୁଜୁରାଟ ଟାଇଟନ୍ସ ।

Get real time updates directly on you device, subscribe now.