fbpx

ପୂଜାପାଠ ବେଳେ ଏପରି ଘଟିଲେ ହୋଇଥାଏ ସର୍ବନାଶ: ଦିଅନ୍ତୁ ବିଶେଷ ଧ୍ୟାନ

ସନାତନ ଧର୍ମରେ ପୂଜାପାଠର ମହତ୍ତ୍ୱ ବେଶ ଅଧିକ । ଯେକୌଣସି ଶୁଭ କାର୍ଯ୍ୟ କରିବାକୁ ଶୁଭ ସମୟ ସହିତ ପୂଜାକୁ ନେଇ ଅନେକ ଦିଗ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ । ଏପରିକି କିଛି ଖରାପ ଘଟଣା ଘଟିଲେ ପୂଜା ତୁରନ୍ତ ଅଟକି ଯାଏ । ଆଗାମୀ ଭବିଷ୍ୟତରେ କୌଣସି ବିପଦର ସାମ୍ନା କରିବାକୁ ପଡ଼ିବ କି ନାହିଁ ତାହା ଭାବିବାକୁ ଲାଗିଯାଏ । ହେଲେ ଅନେକ ସମୟରେ କିଛି ଜିନିଷରେ ଭୁଲ ଭଟକା ହୋଇଯାଇଥାଏ ।

ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପୂଜାର୍ଚ୍ଚନା ସହ ଜଡ଼ିତ କିଛି ଜିନିଷ ରହିଛି ଯେଉଁଥିରେ ଭୁଲ ହେବାକୁ ଅଶୁଭ ବୋଲି ବିବେଚନା କରାଯାଏ । ବିଶ୍ୱାସ କରାଯାଏ ଯେ ଦେବ ଦେବୀମାନେ କିଛି ସମୟରେ ଶୁଭ ଏବଂ ଉଦ୍ଦିଷ୍ଟ ସଙ୍କେତ ଦିଅନ୍ତି । ଯାହା ଦ୍ୱାରା ଜଣେ ବ୍ୟକ୍ତି ଆଗାମୀ ସମସ୍ୟା ବିଷୟରେ ଜାଣି ପାରିବେ । ତେବେ ଆସନ୍ତୁ ଜାଣିବା କେଉଁ ଜିନିଷଗୁଡ଼ିକ ପଡ଼ିବା ଅଶୁଭ ହୋଇଥାଏ ।

ଦୀପ: ପୂଜା ସମୟରେ ଯଦି ହଠାତ ଦୀପ ଖସି ପଡ଼ିଯାଏ ତେବେ ଏହାକୁ ଅଶୁଭ ବୋଲି ବିବେଚନା କରାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ହାତରୁ ପଡ଼ିଥିବା ଦୀପ କିଛି ଅଘଟଣ ହେବାର ସଙ୍କେତ ଦେଇଥାଏ । ଏପରି ପରିସ୍ଥିତିରେ ପାରିବାରର ଇଷ୍ଟ ଦେବତାଙ୍କୁ ପୂଜା କରାଯିବା ଉଚିତ । ଭୁଲ ପାଇଁ କ୍ଷମା ମାଗିବା ସହିତ ପୁଣି ଥରେ ଦୀପ ଜାଳିବା ଉଚିତ ।

ପ୍ରସାଦ: ତେବେ ଅନେକ ସମୟରେ ଦୁର୍ଘଟଣା ବଶତଃ ଅନେକ ସମୟରେ ଆମ ହାତରୁ ପ୍ରସାଦ ମଧ୍ୟ ପଡ଼ିଯାଇଥାଏ । ତେବେ ଏହାକୁ ମଧ୍ୟ ଏକ ଅଶୁଭ ସଙ୍କେତ ଭାବେ ବିଚେନା କରାଯାଏ । ଏହାର ଅର୍ଥ ହେଉଛି ବ୍ୟକ୍ତିଙ୍କର କୌଣସି କାର୍ଯ୍ୟରେ ବାଧା ଆସିବାକୁ ଯାଉଛି । ଏପରି ପରିସ୍ଥିତିରେ ପ୍ରସାଦକୁ ଉଠାଇ ନିଜ ମଥାରେ ଛୁଆଁନ୍ତୁ । ଏହା ପରେ ଏହାକୁ ଖାଆନ୍ତୁ କିମ୍ବା ଏକ ହାଣ୍ଡିରେ ରଖନ୍ତୁ ।

ସିନ୍ଦୁର: ସେହିପରି ପୂଜା ସମୟରେ ଯଦି ହାତରୁ ସିନ୍ଦୁର ତେବେ ଏହା ଏକ ଅଶୁଭ ସଂକେତ । ତେବେ ଏଭଳି ଘଟଣା ଘଟିଲେ ତୁରନ୍ତ ଭଗବାନଙ୍କୁ ଭକ୍ତି ସହକାରେ ପୂଜା କରନ୍ତୁ ।

ମୂର୍ତ୍ତି: ସେହିଭଳି ଭାବେ ଭଗବାନଙ୍କ ମୂର୍ତ୍ତି ଯଦି ପୂଜା ସମୟରେ ପଡ଼ିଯାଉଛି ତାହାକୁ ମଧ୍ୟ ଅଶୁଭ ସଂକେତ ବୋଲି ବିବେଚନା କରାଯାଏ । ଏପରି ପରିସ୍ଥିତି ହେଲେ ଭଗବାନଙ୍କୁ ଭକ୍ତି ସହକାରେ ପୂଜା କରି କ୍ଷମା ପ୍ରର୍ଥନା କରନ୍ତୁ ।

Get real time updates directly on you device, subscribe now.