fbpx

(Video) ଟିମ ଇଣ୍ଡିଆ ପାଇଁ ଖୁସି ଖବର: T-20 WC ପୂର୍ବରୁ ଫେରିପାରନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ

ନୂଆଦିଲ୍ଲୀ: ବର୍ତ୍ତମାନ ଟିମ ଇଣ୍ଡିଆ ପାଇଁ ସବୁଠାରୁ ବଡ଼ ସମସ୍ୟା ପାଲଟିଛି ଆହତ ସମସ୍ୟା । ଦିନିକିଆ ବିଶ୍ୱକପରେ ଷ୍ୟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମହମ୍ମଦ ଶାମୀ ଆହତ ହୋଇ ଦଳରୁ ବାଦ୍ ପଡ଼ିବା ପରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଆହତ ସମସ୍ୟାରେ ଦଳରୁ ବାହାରେ ରହିଛନ୍ତି । ତେବେ ବର୍ତ୍ତମାନ ଟିମ ଇଣ୍ଡିଆରୂ ଏହି ସମସ୍ୟାରୁ ଟିକିଏ ଅଶ୍ୱସ୍ତି ମିଳିପାରେ । କାରଣ ଖୁବଶୀଘ୍ର ସୁସ୍ଥ ହୋଇ ଦଳକୁ କମବ୍ୟାକ କରିପାରନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଧିରେ ଧିରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେଉଥିବା ବେଳେ ଅଳ୍ପ ଦିନ ମଧ୍ୟରେ ସେ ମଇଦାନକୁ କମବ୍ୟାକ କରିପାରନ୍ତି ବୋଲି କୁହାଯାଉଛି ।

ଭାରତ ଏବେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଥିବା ବେଳେ ରୋହିତ ସେନା ପାଇଁ ଏହା ଏକ ଖୁସିର ଖବର ହୋଇପାରେ । ଆସନ୍ତା ଆଇପିଏଲ ସିଜନ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ସୁସ୍ଥ ହୋଇ ପଡ଼ିଆକୁ ପ୍ରବେଶ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ଟିମ ଇଣ୍ଡିଆକୁ କମବ୍ୟାକ କରିବା ପାଇଁ ହାର୍ଦ୍ଦିକ ଖୁବ ପରିଶ୍ରମ କରୁଥିବା ଦେଖାଯାଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏବେ ହାର୍ଦ୍ଦିକଙ୍କର ଏକ ଭିଡିଓ ଭାଇରାଲ ହେଉଛି । ଏଥିରେ ସେ ବୋଲିଂ କରୁଥିବାର ଦେଖିବାକୁ ମିଳିଛି । ତେବେ ଏହି ଭିଡିଓରୁ ଅନୁମାନ କରାଯାଉଛି ଯେ, ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖୁବଶୀଘ୍ର ଟିମ ଇଣ୍ଡିଆକୁ ପେରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏହାବ୍ୟତୀତ ଆଇପିଏଲ ଟିମ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଅଧିନାୟକ ଦାୟିତ୍ୱ ମଧ୍ୟ ତୁଲାଇବେ ହାର୍ଦ୍ଦିକ ।

ଦିନିକିଆ ବିଶ୍ୱକପ-୨୦୨୩ରେ ବୋଲିଂ ସମୟରେ ଆହତ ହୋଇ ସେ ଦଳରୁ ବାଦ୍ ପଡ଼ିଛନ୍ତି । ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ହାର୍ଦ୍ଦିକଙ୍କ ଫେରିବା ନେଇ ଅନୁମାନ କରାଯାଉଥିଲେ ମଧ୍ୟ ଏହା ସଫଳ ହୋଇପାରିନାହିଁ । ତେବେ ଆଗାମୀ ଆଇପିଏଲ ସିଜନରେ ହାର୍ଦ୍ଦିକ ସୁସ୍ଥ ହୋଇ କମବ୍ୟାକ କରିବେ ବୋଲି ଆଶା କରାଯାଉଛି । ତେବେ ତାଙ୍କ ଅନୁପସ୍ଥିତି ଯୋଗୁଁ ରୋହିତ ଶର୍ମାଙ୍କୁ ପୁଣିଥରେ ଅଧିନାୟକ ପଦ ହସ୍ତାନ୍ତର କରିଛି ବିସିସିଆଇ । ତେଣୁ ଆସନ୍ତା ଟି-୨୦ ବିଶ୍ୱକପରେ ରୋହିତ ଦଳର ନେତୃତ୍ୱ ନେଇପାରନ୍ତି । ତେବେ ଅଧିନାୟକ ଭାବରେ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସାମିଲ ହୋଇ ଆଇପିଏଲ ଖେଳିବେ ।

Get real time updates directly on you device, subscribe now.