fbpx

ଇସ୍ତଫା ଦେବା ପଛରେ ରହିଛି ଏହି କାରଣ…କହିଲେ ନୀତିଶ କୁମାର

ପାଟନା: ନୀତିଶ କୁମାରଙ୍କ ଇସ୍ତଫାକୁ ନେଇ ସରଗରମ ବିହାର ରାଜନୀତି । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏହି ଇସ୍ତଫା ପରେ ଜେଡିୟୁ-ଆରଜେଡି-କଂଗ୍ରେସ ମେଣ୍ଟ ସରକାରର ଅନ୍ତ ଘଟିଛି । ବିଜେପି ସହ ମିଶି ଜେଡିୟୁ ପୁଣି ଥରେ ସରକାର ଗଠନ କରିବାକୁ ଯାଉଛି । ସନ୍ଧ୍ୟା ୫ଟାରେ ନୀତିଶ ପୁଣି ଥରେ ୫ଟାରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ନୀତିଶଙ୍କ ସମେତ ୨ ଉପ ମୁଖ୍ୟମନ୍ତ୍ରୀ ଏବଂ ୬ ଜଣ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବେ ।

ତେବେ ଇସ୍ତଫା ଦେବା ପରେ ନୀତିଶ ମିଡ଼ିଆ ସାମ୍ନାରେ କାରଣ ସ୍ପଷ୍ଟ କରି କହିଛନ୍ତି, ‘ ଦଳ ଭିତରେ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ମେଣ୍ଟ ସରକାରର ସମସ୍ତ କାମର ଶ୍ରେୟ ଆରଜେଡି ନେଉଥିଲା । ମୁଁ କାମ କରିବାକୁ ଚାହୁଁଥିଲି, କିନ୍ତୁ ମୋତେ କାମ କରିବାକୁ ଦିଆଯାଉନଥିଲା । ମେଣ୍ଟ ସରକାରରେ ବହୁତ ଅସୁବିଧା ହେଉଥିଲା । ଦେଢ ବର୍ଷ ପୂର୍ବରୁ ହୋଇଥିବା ମେଣ୍ଟ ରେ ସ୍ଥିତି ସବୁକିଛି ଠିକ୍ ନଥିଲା । ନୂଆ ଗଠବନ୍ଧନକୁ ନେଇ ଲୋକ ଖରାପ ଭାବୁଥିଲେ । ମୁଁ ବହୁତ କିଛି କହିବାକୁ ଚାହୁଁଥିଲି କିନ୍ତୁ କହିପାରୁନଥିଲି । ମହାମେଣ୍ଟରୁ ଦଳ ଓହରି ଯାଇଛି ଏବଂ ମହାମେଣ୍ଟରେ କିଛି କାମ ହେଉନଥିବାରୁ ଦୁଃଖିତ ବୋଲି କହିଛନ୍ତି ନୀତୀଶ ।’

 

Get real time updates directly on you device, subscribe now.