ଖୁସି ଖବର, ନୂଆ ଗାଡ଼ି କିଣିଲେ ମାଗଣା ମିଳିବ HSRP ନମ୍ବର: ଜାରି ହେଲା ଆଦେଶ

ନୂଆ ଗାଡ଼ି ସହିତ ଗ୍ରାହକଙ୍କୁ ମାଗଣାରେ ଦିଆଯିବ HSRP ନମ୍ବର ପ୍ଲେଟ

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଯାନବାହନର ନମ୍ବରପ୍ଲେଟରେ ପରିବର୍ତ୍ତନ ହୋଇସାରିଛି । ସମସ୍ତ ରାଜ୍ୟ ଏବଂ ଚାଳକ ମାନଙ୍କ ପାଇଁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବାଧ୍ୟତାମୂଳକ କରାଯାଇଛି । ଏହାର ଉଲ୍ଲଙ୍ଘନ ଚାଳକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ ।

ପରିବହନ ବିଭାଗ ଏ ସମ୍ପର୍କରେ ଜଡ଼ିତ ଆଦେଶ ଜାରିଛି । ଏହାସହିତ ବାହନ ଏଜେନ୍ସି ଏଚଏସଆରପି ନମ୍ବର ବିନା ଗାଡ଼ି ବିକ୍ରି କରିପାରିବେ ନାହିଁ । ତେବେ ନୂଆ ଗାଡ଼ି ଏଜେନ୍ସିରୁ ବାହାରକୁ ବାହାରିଲେ ଏଥିରେ ଏଚଏସଆରପି ନମ୍ବର ଲାଗିଥିବା ଆବଶ୍ୟକ ।

ଏହି ନମ୍ବର ବିନା କଟିବ ଚାଲାଣ: ଦେଶରେ ଏଚଏସଆରପି ନମ୍ବର ବିନା ଗାଡ଼ି ଚଳାଇବାକୁ ମନା ହୋଇଛି । ଏଥିପାଇଁ ଗାଡ଼ି ମାଲିକ କିମ୍ବା ଏଜେନ୍ସି ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏ ନେଇ ଲୋକମାନଙ୍କୁ ସଚେତନ କରାଇବା ପାଇଁ ଆଦେଶ ଜାରି ହୋଇଛି ।

ପରିବହନ ବିଭାଗର ଆଦେଶ:

  • କେନ୍ଦ୍ରୀୟ ମୋଟର ବାହନ ନିୟମାବଳୀ ୧୯୮୯ର ନିୟମ ୫୦ ସମ୍ପର୍କରେ ପତ୍ରରେ କୁହାଯାଇଛି । ସମସ୍ତ ପ୍ରକାର ପଞ୍ଜୀକୃତ ବାହନରେ ଏଚଏଓଆରପି ନମ୍ବର ଲଗାଇବା ବାଧ୍ୟତା ମୂଳକ । ଗାଡ଼ିରେ ଏହି ନମ୍ବର ନ ଥିଲେ ଜରିମାନା ଲାଗୁ ହୋଇପାରେ ।
  • ୨୦୧୯ ମସିହା ଏପ୍ରିଲ ୧ ତାରିଖରୁ ସମସ୍ତ ପଞ୍ଜୀକୃତ ନୂଆ ଗାଡ଼ିରେ ଖୁସି ଖବର, ନୂଆ ଗାଡ଼ି କିଣିଲେ ମାଗଣା ମିଳିବ HSRP ନମ୍ବର: ଜାରି ହେଲା ଆଦେଶଲଗାଇବା ବାହନ ନିର୍ମାତା ଏବଂ ଡିଲରଙ୍କ ଉପରେ ଦାୟିତ୍ୱ ଦିଆଯାଇଛି । ଏଥିପାଇଁ ବାହନ କ୍ରେତା/ଗ୍ରାହକ ମାନଙ୍କଠାରୁ କୌଣସି ଅତିରିକ୍ତ ଶୁଳ୍କ ନିଆଯିବ ନାହିଁ ।
  • ଏହାସହିତ ଡିଲରମାନଙ୍କ ତରଫରୁ ଏଚଏସଆରପି ନମ୍ବର ବିନା କୌଣସି ଗାଡ଼ି ଡେଲିଭରୀ କରିପାରିବେ ନାହିଁ ।
  • ପରିବହନ ବିଭାଗ ପକ୍ଷରୁ ଆଦେଶ ଦିଆଯାଇଛି ଯେ, ଏଚଏସଆରପି ନମ୍ବର ପାଇଁ ଗ୍ରାହକଙ୍କ ପାଖରୁ ମଧ୍ୟ କୌଣସି ଅତିରିକ୍ତ ଶୁଳ୍କ ନିଆ ଯାଇପାରିବ ନାହିଁ ।
  • ଏଚଏସଆରପି ନମ୍ବର ନଥିବା କୌଣସି ଗାଡ଼ିର ଡେଲିଭରୀ ନ ରଖିବା ପାଇଁ ମଧ୍ୟ ଗାଡ଼ି କିଣୁଥିବା ଗ୍ରାହକଙ୍କୁ ଅପିଲ କରିଛି ବିଭାଗ ।