fbpx

ଖୁସିଖବର: OCS ଆଶାୟୀଙ୍କୁ ମିଳିବ ଆଉ ଥରେ ସୁଯୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓସିଏସ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଆଶାୟୀ ପ୍ରାର୍ଥୀଙ୍କୁ ଆଉ ଏକ ସୁଯୋଗ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଓସିଏସଇ-୨୦୧୯, ୨୦ ଏବଂ ୨୧ରେ ପରୀକ୍ଷା ଦେଇଥିବା ଆଶାୟୀଙ୍କୁ ସୁଯୋଗ ମିଳିବ । ସର୍ବୋଚ୍ଚ ବୟସ ସୀମାରେ କୋହଳ କରାଯାଇ ଆଉ ଥରେ ସେମାନଙ୍କୁ ସୁଯୋଗ ମିଳିବ ବୋଲି କୁହାଯାଇଛି । ପରୀକ୍ଷା ନେଇ ସାଧାରଣ ପ୍ରଶାସନ ପକ୍ଷରୁ ରିଜୋଲ୍ୟୁସନ ଜାରୀ ହୋଇଛି । ଏହି ଖବରକୁ ନେଇ ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କର ଖୁସିବ୍ୟକ୍ତ କରୁଥିବା ଦେଖିବାକୁ ମିଳିଛି ।

ପୂର୍ବରୁ ମଧ୍ୟ ରାଜ୍ୟ ସରକାର ଆଶାୟୀଙ୍କୁ ଏଭଳି ସୁଯୋଗ ଦେଇଥିଲେ । ବିଭିନ୍ନ ସମୟରେ ଆଇନରେ ପରିବର୍ତ୍ତନ ଯୋଗୁ ଏହି ସୁଯୋଗ ମିଳୁଛି । ନିକଟରେ ଓଡ଼ିଆରେ ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ଅନୁମତି ମିଳିଛି । ଭବିଷ୍ୟତରେ ଆଉ ଏଭଳି ସୁଯୋଗ ମିଳିବ ନାହିଁ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସଂକଳ୍ପ ଜାରି କରିଛି ।

Get real time updates directly on you device, subscribe now.