fbpx

ଖୁସି ଖବର! ସୁନା ଦରରେ ଆସିଛି ବଡ଼ ପରିବର୍ତ୍ତନ, ଜାଣନ୍ତୁ କେତେ ରହିଛି ଆଜିର ମୂଲ୍ୟ

ଭୁବନେଶ୍ୱର : ପାବର୍ଣ ଋତୁରେ ବଢିବାରେ ଲାଗିଛି ସୁନା ଦର । ରାତିପହିଲେ କରବା ଚୋୖଥ ବ୍ରତ ସ୍ୱାମୀମାନେ ସ୍ତ୍ରୀଙ୍କ ପାଇଁ ସୁନା କିଣିବାକୁ ମନବଳାଇଛନ୍ତି, ଅନ୍ୟପଟେ ସୁନା ଦରରେ ନିଆଁ ଲାଗିଛି ତେବେ ଆସନ୍ତୁ ଜାଣିବା ଆଜି କେତେ ରହିଛି ସୁନା ଦର ? ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୫୭, ୨୦୦ଟଙ୍କା ରହିଛି ଏବଂ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୬୨,୪୦୦ଟଙ୍କା ହୋଇଛି ।

ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ବି ଆଜି ୨୨କ୍ୟାରେଟ ସୁନାର ମୂଲ୍ୟ ୫୭, ୨୦୦ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ୬୨,୪୦୦ଟଙ୍କା ରହିଛି । ସେହିଭଳି ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନାର ମୂଲ୍ୟ ସାମାନ୍ୟ ପରିବର୍ତ୍ତନ ହୋଇଛି । ତେବେ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୫୭,୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ୬୨,୩୫୦ଟଙ୍କା ହୋଇଥିବାର ରେକର୍ଡ କରାଯାଇଛି ।

ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ବି ୨୨ କ୍ୟାରେଟ ସୁନାର ମୂଲ୍ୟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ଯଥାକ୍ରମେ ୫୬,୭୦୦ ଟଙ୍କା ଓ ୬୧,୮୫୦ଟଙ୍କା ରହିଛି । ଭାରତର ପ୍ରମୁଖ ସହର ମୁମ୍ବାଇରେ ବି ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ୫୬,୭୦୦ ଟଙ୍କା ଓ ୬୧,୮୫୦ ଟଙ୍କା ଥିବାର ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହାର ଦର ଯଥାକ୍ରମେ ୫୬,୮୫୦ଟଙ୍କା ଓ ୬୨,୦୦୦ ଟଙ୍କା ଥିବାର ଆକଳନ କରାଯାଇଛି । ସୁନା ଭଳି ରୁପାର ମୂଲ୍ୟ ବି ୧ କିଲୋଗ୍ରାମ ପ୍ରତି ୭୫,୬୦୦ଟଙ୍କା ରହିଥିବା ନେଇ ରେକର୍ଡ କରାଯାଇଛି ।

Get real time updates directly on you device, subscribe now.