fbpx

ସୁପ୍ରିମ କୋର୍ଟ ୫ ଟି ରାଜ୍ୟକୁ କଲେ ପ୍ରଶ୍ନ : କିପରି ବନ୍ଦ ହେବ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ : ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମ କୋର୍ଟ ମଙ୍ଗଳବାର ଦିଲ୍ଲୀ, ପଞ୍ଜାବ, ହରିଆନାଳ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ଏହି ୫ଟି ରାଜ୍ୟକୁ ପ୍ରଶ୍ନ କରିଥିଲେ । ପ୍ରଦୂଷଣ ସମସ୍ୟାରୁ ମୁକ୍ତ ହେବା ପାଇଁ ଯେଉଁ ନିୟମ କାନୁନ ଉପାୟ ବିବୃତ୍ତି ବିବରଣୀ ରହିଛି ତାହା ଦେବା ପାଇଁ । ଜଷ୍ଟିସ ଏସ.କେ ନେତ୍ରୃତ୍ୱରେ ଗଠିତ ତିନି ଜଣିଆ ଖଣ୍ଡପିଠ ଏବଠ ଜଷ୍ଟିସ ସୁଦର୍ଶନ ଧୂଲିଆ ଏବଂ ପିକେ ମିଶ୍ରାଙ୍କୁ ନେଇ ଏକ ସପ୍ତାହ ସମୟ ରାଜ୍ୟମାନଙ୍କୁ ଦିଆ ଯାଇଛି । ବାୟୁ ପ୍ରଦୂଷଣକୁ ଦେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମ କୋର୍ଟ । କହିଛନ୍ତି ଭବିଷ୍ୟତରେ ଏହା ବାୟୁ ମଣ୍ଡଳ ଉପରେ ଖରାପ ପ୍ରଭାବ ପକାଇବ । ଏହା ସହିତ କହିଛନ୍ତି ଲୋକମାନେ ଏହି ପ୍ରଦୂଷଣ ପାଇଁ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି । ତେବେ ଏହି ସମସ୍ୟା ଦିଲ୍ଲୀରେ ଅଧିକ ଦେଖିବାକୁ ମିଳୁଛି । ତେବେ ଏହାର ମୁଖ୍ୟ କାରଣ ହେଉଛି ପଞ୍ଜାବରେ ହେଉଥିବା ନଡା ଜଳା ।

କୋର୍ଟରେ ଏହାର ଶୁଣାଣି ଚାଲିଥିବା ବେଳେ ଓକିଲ ଦ୍ରୃତ ଗତି ପବନ ବିଷୟରେ କହିଥିଲେ । ଯାହା ଉପରେ କୋର୍ଟ ମଧ୍ୟ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଏହା ଛଡା ବାୟୁର କ୍ୱାଲିଟି କ’ଣ ରହିଛି ତାହା ଉପରେ ରିପୋର୍ଟ ଦେବାକୁ ସୁପ୍ରିମ କୋର୍ଟ କହିଥିଲେ ।

Get real time updates directly on you device, subscribe now.