fbpx

whatsappରେ ନୂଆ ଫିଚର : ମେଟା ଦୂର କଲା ସବୁଠାରୁ ବଡ ଟେନସନ

ଓଡିଶା ଭାସ୍କର : ହ୍ୱାଟସଆପ ଅଧିକରୁ ଅଧିକ ମୋବାଇଲ ଉପରେ ଧ୍ୟାନ ଦେଉଛନ୍ତି । ତେବେ ହ୍ୱାଟସଆପ ଲୋକମାନଙ୍କ ସୁବିଧା ପାଇଁ ସବୁବେଳେ ନୂଆ ନୂଆ ଫିଚର ଅପଡେଟ କରୁଛି । ହ୍ୱାଟସଆପ କିଛି ଦିନ ପୂର୍ବରୁ ଲୋକମାନଙ୍କ ପାଇଁ ଚ୍ୟାନେଲ ପରି ନୂଆ ଫିଚର ଆଣିଥିଲା । ଏହା ପରେ ଏହାକୁ ଭଲ କରିବା ପାଇଁ ହ୍ୱାଟସଆପ ଏହାକୁ ଅପଡେଟ କରୁଛି ।

ହ୍ୱାଟସଆପ ବର୍ତ୍ତମାନ ଚ୍ୟାନେଲରେ ମେସେଜ ସୁବିଧା ପ୍ରଦାନ କରିଛି । ଚ୍ୟାନେଲ ନିର୍ମାତାମାନେ ଏହି ଫିଚରକୁ ବହୁତ ଦିନରୁ ଅପେକ୍ଷା କରିଥିଲେ । ଚ୍ୟାନେଲରେ ଏହା ବିଷୟରେ ସୂଚନା ଦିଆ ଯାଇଛି । ହ୍ୱାଟସଆପ ଏହି ନୂଆ ଫିଚର ବହୁ ଲୋକଙ୍କୁ ସାହାର୍ଯ୍ୟ କରିବ ।

ଆଗରୁ ଚ୍ୟାନେଲରେ ପଠାଯାଇଥିବା ମେସେଜକୁ ଏଡିଟ କରିବାର କୌଣସି ସୁବିଧା ନଥିଲା । କିନ୍ତୁ ଏବେ ଏହା ଧ୍ଲବ୍ଧ ହେବାରେ ଲାଗିଛି । ଯଦି ଆପଣ ଭୁଲ ମେସେଜ ପଠାଇଛନ୍ତି ତେବେ ଆପଣ ଏହାକୁ ଠିକ କରିପାରିବେ । ଏବେ ଆଉ ଚିନ୍ତା ନ କରି ମେସେଜ କରିପାରିବେ ।

ହ୍ୱାଟସଆପ ଚ୍ୟାନେଲ ଏଡିଟ ମେସେଜ ଫିଚରରେ କମ୍ପାନୀ ବହୁତ ଲମ୍ବା ଡୁରେସନ ଦେଇଛି । ଆପଣ କୌଣସି ମେସେଜକୁ ୩୦ ଦିନ ପର୍ଯ୍ୟନ୍ତ ଏଡିଟ କରିପାରିବେ । ତେବେ ଆପଣ ଯଦି ହ୍ୱାଟସଆପ ରେ ନରମାଲ ମେସେଜ କରୁଛନ୍ତି ତେବେ ଏହାକୁ ଏଡିଟ କରିବା ପାଇଁ ମାତ୍ର ୧୫ ମିନିଟର ସମୟ ମିଳିଥାଏ କିନ୍ତୁ ଏଠାରେ ଆପଣକୁ ୩୦ ଦିନର ସମୟ ମିଳୁଛି ।

Get real time updates directly on you device, subscribe now.