fbpx

Google ଆଣୁଛି ଏଭଳି ଏକ ନୂଆ ଫିଚର, ଜାଣନ୍ତୁ ଏଥିରେ କ’ଣ ସବୁ ଫାଇଦା ମିଳିବ

Advertisement

ନୂଆଦିଲ୍ଲୀ: ଗୁଗଲ ଏଭଳି ଏକ ଆପ୍ଲିକେଶନ ଯେଉଁଥିରେ ସବୁବେଳେ କିଛି ନା କିଛି ପରିବର୍ତ୍ତନ ଆସିଥାଏ । ଯୁଗ ଯେଉଁଭଳି ପରିବର୍ତ୍ତନ ହୋଇଥାଏ ଗୁଗଲ ସେହିପରି ତା’ର ନୂଆ ଫିଚର୍ସ ଆଣିଥାଏ । ତେବେ ଆଧୁନିକ ପ୍ରଯୁକ୍ତି ବିଦ୍ୟା ସହ ଯୋଡି ହୋଇ ରହିଥିବା ଗୁଗୁଲ ଏବେ ଏକ ନୂଆ ଫିଚର୍ସ ଲଞ୍ଚ କରିବାକୁ ଯାଉଛି । ଯାହାର ନାଁ ରହିଛି କ୍ୟୁବ୍ସ (Cubes)।

ଏହି କ୍ୟୁବ୍ସ ଫିଚର ଦ୍ୱାରା ସ୍ମାର୍ଟଫୋନ, ଟାବଲେଟ ୟୁଜର ଏହାକୁ ଡାସ୍‌ବୋର୍ଡ ଭଳି ବ୍ୟବହାର କରିପାରିବେ। ଯେଉଁଠାରେ ଉପଭୋକ୍ତାମାନେ ସେମାନଙ୍କ ହ୍ୟାଣ୍ଡସେଟରେ କେତେ କ୍ୟାଟେଗୋରି ଏବଂ କେତେ ଆପ ଉପଲବ୍ଧ ତାହା ସହଜରେ ଜାଣିପାରିବେ। ଗୁଗଲ ଲଞ୍ଚ କରିବାକୁ ଯାଉଥସିବା ଏହି କ୍ୟୁବ ଫିଚର ସାହାଯ୍ୟରେ ୟୁଜର୍ସମାନେ ସ୍କାମର୍‌ ଆପ ଚିହ୍ନଟ କରିବାରେ ସକ୍ଷମ ହେବେ ବୋଲି ଜଣାଯାଇଛି ।ତେବେ ବର୍ତ୍ତମାନ କିଛି ଦିନ ହେବ ଏହି କ୍ୟୁବ୍ସ ଫିଚର ଉପରେ ଗୁଗଲ ପକ୍ଷରୁ କାମ ଚାଲୁ ରହିଛି । ଆଗାମୀ ଦିନରେ ଗୁଗଲ ତାର ଏହି ନୂଆ ଫିଚର ଅପଡେଟ କରିବ ବୋଲି ଜଣାପଡିଛି।

ଏହାର ଲାଭ କ’ଣ ହେବ?
ନକଲି ଆଣ୍ଡ୍ରଏଡ୍ ଆପ୍ ଗୁଗୁଲ୍ କ୍ୟୁବ୍ ଆପ୍ ଦ୍ୱାରା ଚିହ୍ନଟ ହୋଇପାରିବ। ଏହି ଫିଚର ଗତ କିଛି ମାସ ଧରି ବିକାଶ ପର୍ୟ୍ୟାୟରେ ଅଛି। ଚଳିତ ବର୍ଷ ଜାନୁଆରୀରେ କ୍ୟୁବ୍ ଫିଚର ଦେଖିବାକୁ ମିଳିଥିଲା । କ୍ୟୁବ୍ସରେ ଆପଣ ସାମାଜିକ, ସପିଂ, ଖେଳ ଏବଂ ଖାଦ୍ୟର ଅନେକ ବର୍ଗ ପାଇବେ। ଗୁଗୁଲ୍ ଏହାକୁ ହୋମ ସ୍କ୍ରିନରେ ଏକ ଆପ୍ କରିବା ପାଇଁ କାର୍ୟ୍ୟ କରୁଛି, ଯାହା ଦ୍ୱାରା ଆପଣ ଗୋଟିଏ କ୍ଲିକ୍ ରେ ସମସ୍ତ ବର୍ଗ ସୂଚନା ପାଇପାରିବେ । ଏହା ଉପଭୋକ୍ତାମାନଙ୍କୁ ଆପ୍ସ ଉପରେ ନିୟନ୍ତ୍ରଣ ଦେବ। ଏହି ଗୁଗୁଲ୍ କ୍ୟୁବ୍ ଫିଚର କେବେ ଲଞ୍ଚ ହେବ ସେ ସମ୍ବନ୍ଧରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଉପଲବ୍ଧ ନାହିଁ, କିନ୍ତୁ ଆସନ୍ତା ବର୍ଷ ଲଞ୍ଚ ହେବାକୁ ଥିବା ଆଣ୍ଡ୍ରଏଡ୍ ୧୫ ସଂସ୍କରଣରେ ଗୁଗୁଲ୍ କ୍ୟୁବ୍ ସମର୍ଥିତ ହୋଇପାରିବ ବୋଲି ଦାବି କରାଯାଉଛି।

Get real time updates directly on you device, subscribe now.