fbpx
BSKY
BJD SHG SKY
BJD YOUTH SKY

ଗୁଗଲର ବଡ ନିଷ୍ପତ୍ତି, ଏହି ଆଣ୍ଡ୍ରଏଡ୍ ଫୋନକୁ ମିଳିବନି ପ୍ଲେଷ୍ଟୋର ସପୋର୍ଟ , କ’ଣ ରହିଛି କାରଣ ଆସନ୍ତୁ ଜାଣିବା

ଖୁବ୍ ଶୀଘ୍ର ଗୁଗଲ କିଛି ଆଣ୍ଡ୍ରଏଡ୍ ମୋବାଇଲରୁ ପ୍ଲେ ଷ୍ଟୋର ସପୋର୍ଟ ହଟାଇ ଦେବାକୁ ଯାଉଛି । ପ୍ରକୃତରେ ଗୁଗଲ ପୁରୁଣା ହୋଇଯାଇଥିବା ଆଣ୍ଡ୍ରଏଡ୍ ଭର୍ସନରୁ ନିଜ ସମର୍ଥନ ହଟାଇ ନେବାକୁ ଚାହୁଁଛି । ଅଗଷ୍ଟ ମାସର ଆରମ୍ଭରୁ ଗୁଗଲ ଆଣ୍ଡ୍ରଏଡ୍ ୪.୪ କିଟକାଟରୁ ପ୍ଲେ ଷ୍ଟୋର ହଟାଇ ଦେବା ଆରମ୍ଭ କରିଛି । ତେବେ ଗୁଗୁଲର ଏହି ବଡ ନିଷ୍ପତ୍ତି ଦ୍ୱାରା ୟୁଜର୍ସଙ୍କୁ କ’ଣ ସମସ୍ୟା ହେବ ଆସନ୍ତୁ ଜାଣିନେବା ।
ଗୁଗୁଲ ଆଣ୍ଡ୍ରଏଡ୍ ଭର୍ସନକୁ ସପୋର୍ଟ ବନ୍ଦ କରିଦେଇଥିଲେ ବି ପ୍ଲେ ସର୍ଭିସର ସପୋର୍ଟ ଜାରି ରଖିଥାଏ । ଏହାଦ୍ୱାରା ଫୋନ୍ ନୂଆ ସର୍ଭିସ ଓ ନୂଆ ଫଙ୍କସନ ସହିତ ସଠିକ୍ ଭାବରେ କାମ କରିଥାଏ । ଏହାର ପ୍ଲେ ସର୍ଭିସ ସପୋର୍ଟ ବନ୍ଦ ହୋଇଯିବା ଦ୍ୱାରା ୟୁଜର୍ସଙ୍କୁ ବହୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।
ଆଣ୍ଡ୍ରଏଡ୍ ୪.୪ କିଟକାଟ୍ ୨୦୧୩ରେ ଲଞ୍ଚ କରାଯାଇଥିଲା । ଏହାର ଲଞ୍ଚିଂକୁ ପ୍ରାୟ ୧୦ ବର୍ଷ ହୋଇସାରିଛି । ଏହି ପୁରୁଣା ଭର୍ସନର ବହୁତ କମ୍ ୟୁଜର ଅଛନ୍ତି । ଗୁଗଲ କହିଛି ଏହି ଭର୍ସନରେ ମାତ୍ର ୧ ପ୍ରତିଶତ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ କିମ୍ବା ଟାବଲେଟ୍ କାମ କରୁଛି । ଏହି କାରଣରୁ ଏହି ଫୋନରୁ ଗୁଗଲ ପ୍ଲେ ସର୍ଭିସ ସପୋର୍ଟ ହଟାଇ ନିଆଯାଇଛି ।
ଗୁଗଲର ସପୋର୍ଟ ବନ୍ଦ ହୋଇଯିବା ପରେ ଏବେ ଏହି ଭର୍ସନରେ ଚାଲୁୁଥିବା ଫୋନ୍ ୟୁଜର୍ସଙ୍କୁ ଗୁଗଲ ପ୍ଲେ ଷ୍ଟୋର ରିଲେଟେଡ୍ ଅପଡେଟ୍ ମିଳିବ ନାହିଁ । ଯେଉଁ ୟୁଜର୍ସଙ୍କ ଫୋନ୍ ପୁରୁଣା କିଟକାଟ୍ ଭର୍ସନରେ ଚାଲୁଛି ସେମାନେ ମୋବାଇଲ୍ ସେଟିଂକୁ ଯାଇ ଫୋନ୍ ଓଏସ୍(ଅପରେଟିଂ ସିଷ୍ଟମ)ର ଅପଡେଟ୍ ଚେକ୍ କରିପାରିବେ । ଯଦି ସେମାନଙ୍କ ଲାଗି ଲାଟେଷ୍ଟ ଅପଡେଟ୍ ଉପଲବ୍ଧ ତେବେ ଏହା ସହିତ ଫୋନ୍ ଅପଡେଟ୍ କରି ପ୍ଲେ ସର୍ଭିସର ଲାଭ ଉଠାଇପାରିବେ ।

 

Get real time updates directly on you device, subscribe now.