fbpx

ବିନା ଅନୁମତିରେ ୟୁଜର୍ସଙ୍କୁ ଟ୍ରାକ୍ କରୁଛି ଗୁଗଲ, ଏବେ ଭରିବ ୭୨୨ କୋଟି ଟଙ୍କର ଜୋରିମାନା

ନୂଆଦିଲ୍ଲୀ: ଗୁଗଲ ଏହାର ୟୁଜର୍ସଙ୍କ ଲୋକେସନ ବାରମ୍ବାର ଟ୍ରାକ କରିବାରେ ଲାଗିଛି । ଏହାର ମ୍ୟାପ୍ ଓ ଲୋକେସନ ଆଧାରିତ ସେବାଗୁଡିକୁ ଅଧିକ ଉପଯୋଗୀ କରିବା ଲାଗି ଗୁଗଲ ଏପରି କରିଥାଏ । କିନ୍ତୁ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥାଏ କି ଗୁଗଲ ପକ୍ଷରୁ କରାଯାଉଥିବା ଏହି ଟ୍ରାକିଂ ଠିକ୍ ନା ଭୁଲ୍ । ଏହା ସହିତ ୟୁଜର୍ସଙ୍କ ଠାରୁ ଏହି ପ୍ରକାର ଟ୍ରାକିଂ ଲାଗି ଅନୁମତି ନିଆଯାଇଥାଏ କି ନା । ଏବେ ଗୁଗଲକୁ ଏହି ଟ୍ରାକିଂ ସହ ଜଡିତ ଏକ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇ ୭୭୨ କୋଟି ଜୋରିମାନା ଦେବାକୁ ହେବ । ଅଭିଯୋଗ ଲାଗିଛି କି ଗୁଗଲ ବିନା ଅନୁମତିରେ ୟୁଜର୍ସଙ୍କୁ ଟ୍ରାକ କରୁଅଛି ।

ଟେକ୍ କମ୍ପାନୀ ସର୍ବଦା ସ୍ପଷ୍ଟ କରିଛି କି ଯଦି ୟୁଜର୍ସ ଟ୍ରାକିଂ ଡିଜେବଲ୍ କରିଦେବେ ତେବେ ତାଙ୍କ ଲୋକେସନ ଟ୍ରାକ୍ କରାଯିବ ନାହିଁ କିନ୍ତୁ ଏହି କଥାରେ ଆଦୌ ସତ୍ୟତା ନାହିଁ । ଗୁଗଲ ବିରୁଦ୍ଧରେ ଫାଇଲ କରାଯାଇଥିବା ମୋକଦ୍ଦମାରେ କମ୍ପାନୀ ବିରୁଦ୍ଧରେ ଅଭିଯୋଗ ଲଗାଯାଇଛି ଯେ, କମ୍ପାନୀ ଲୋକେସନ ସହ ଜଡିତ ତଥ୍ୟ ଓ ଏହାର ଡାଟା ଷ୍ଟୋର କରାଯିବାକୁ ନେଇ ୟୁଜର୍ସଙ୍କ ଭୁଲ୍ ସୂଚନା ଦେଉଛି । ଏବେ ଗୁଗଲ ଏହି ମୋକଦ୍ଦମାରୁ ମୁକ୍ତି ପାଇବା ଲାଗି ୭୭୨ କୋଟି ଜୋରମାନା ଦେବ ବୋଲି ଦି ଗାର୍ଡିଆନର ଏକ ରିପୋର୍ଟରୁ ଜଣାପଡିଛି ।

ତେବେ ଗୁଗଲ ବିରୋଧରେ କାଲିଫର୍ଣ୍ଣିଆର ଆଟୋର୍ଣ୍ଣି ଜେନେରାଲ ରବ୍ ଭୋଣ୍ଟା ଏହି ମୋକଦ୍ଦମା କରିଛନ୍ତି । କମ୍ପାନୀ ଉପରେ ଅଭିଯୋଗ ଲଗାଯାଇଛି କି କମ୍ପାନୀ ମିଛି ପ୍ରତିଶ୍ରୁତି ଦେଉଛି କି ୟୁଜର୍ସର ନିଜ ଲୋକେସନ ଡାଟା ଉପରେ ପୁରା ନିୟନ୍ତ୍ରଣ ରହିଛି ବୋଲି । ଏହାପରେ ଗୁଗଲର ଡାଟା ହ୍ୟାଣ୍ଡେଲିଂ ପ୍ରାକ୍ଟିସକୁ ନେଇ ଯାଞ୍ଚ ଆରମ୍ଭ ହୋଇଥିଲା ଓ ଜଣାପଡିଥିଲା ଯେ, ୟୁଜର୍ସଙ୍କ ପକ୍ଷରୁ ଅନୁମତି ନିଆ ନ ଯାଇ ସେମାନଙ୍କ ଡାଟା ଟ୍ରାକ ଓ ଷ୍ଟୋର କରାଯାଇଛି । ଏହି କାରଣରୁ ଏବେ ଗୁଗୁଲ ଉପରେ ଏହି ବଡ ରକମର ଜୋରମାନା ଲାଗିଛି ।

Get real time updates directly on you device, subscribe now.