fbpx

ବିମାନବନ୍ଦରରେ ଯାତ୍ରୀଙ୍କ ବ୍ୟାଗରୁ ଚୋରି ହେଲା ମୂଲ୍ୟବାନ ଜିନିଷ,ଜଣେ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟର ନାସନାଲ ଏୟାରପୋର୍ଟରେ ଲୋଡର ଭାବେ କାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏୟାରପୋର୍ଟ ପୋଲିସ କହିବା ଅନୁସାରରେ ଏହି ଲୋଡର ଲୋକମାନଙ୍କ ବ୍ୟାଗରୁ ମୂଲ୍ୟବାନ ଜିନିଷ ଚୋରି କରିଛି । ଯାତ୍ରୀମାନଙ୍କ ଜିନିଷକୁ ଯେଉଁ ବ୍ୟକ୍ତି ଫ୍ଲାଇଟରେ ଲୋଡ କରେ ତାହାକୁ “ଲୋଡର’ କୁହନ୍ତି । ଏକ ଅଭିଯୋଗ ଅନୁସାରେ ଜଣେ ବ୍ୟକ୍ତି ତାଙ୍କ ପରିବାର ସହ ହ୍ୱିଲ ଚ୍ୟାୟାର ସାହାଯ୍ୟରେ କାନାଡା ଯାଉଥିଲେ ।

ପୋଲିସର ସୂଚନା ଅନୁସାରେ, ବ୍ୟକ୍ତି ଜଣଙ୍କ କାନାଡାରେ ଥିବା ତାଙ୍କ ଝିଅ ପାଇଁ ଆଇଫୋନ ପ୍ରୋ ଏକ୍ସ ନିଜ ଜିନିଷ ମଧ୍ୟରେ ନେଇ ଯାଉଥିଲେ । ଏୟାରପୋର୍ଟରେ ଯାଞ୍ଚ ହେବା ସମୟରେ ବ୍ୟକ୍ତି ସେହି ମୋବାଇଲକୁ ତାଙ୍କ ସୁଟକେସରେ ରଖିଥିଲେ । ଏପରି କରୁଥିବା ଲୋଡର ଜଣକ ଦେଖିଥିଲେ କାରଣ ସେ ତାଙ୍କୁ ହ୍ୱିଲଚ୍ୟାୟରେ ନେଇ ଯାଉଥିଲେ । ପରେ ବ୍ୟକ୍ତି ଜଣକ ଯେତେବେଳେ କାନାଡା ଏୟାରପୋର୍ଟରେ ପହଞ୍ଚି ଦେଖିଲେ ତାଙ୍କ ବ୍ୟାଗର ଲକ ଖୋଲା ଅଛି ଏବଂ ତାଙ୍କ ଆଇ ଫୋନ ମଧ୍ୟ ନାହିଁ । ଏହା ପରେ ବ୍ୟକ୍ତି ଜଣଙ୍କ ଅଭିଯୋଗ କରିଥିଲେ ।

ଏହା ପରେ ସିସିଟିଭି ଫୁଟେଜ ଯଞ୍ଚ କରାଯାଇଥିଲା ଏବଂ ସେହି ସିଫ୍ଟରେ କାମ କରୁଥିବା ସବୁ ଲୋଡରମାନଙ୍କୁ ପଚରାଉଚରା କରାଯାଇଥିଲା । ଡିସିପିଙ୍କ କହିବା ଅନୁସାରେ ଗୋଟିଏ ଚୋର ଶେଷରେ ମାନିଥିଲା ସେ ଚୋରି କରିଛି। ସେହି ଲୋଡର ଜଣଙ୍କ ହେଉଛନ୍ତି ବିହାରରେ ବସବାସ କରୁଥିବା ନିରଜ କୁମାର । ପଚରା ଉଚରା କରିବା ପରେ ଜଣାପଡିଲା ଯେ, ଏହା ପୂର୍ବରୁ ସେ ଅନେକ ଚୋରି କରିଛନ୍ତି । ଏବଂ ବିଭିନ୍ନ ଏୟାର ଲାଇନର କର୍ମଚାରୀ ଏହା କରିବାକୁ ତାଙ୍କୁ ସାହାଯ୍ୟ କରିଥିଲେ ।

ପୋଲିସ କହିବା ଅନୁସାରେ ଏଥିରେ ପ୍ରମୁଖ ୨ଟି ଅଧିକାରୀ ସାମିଲ ଅଛନ୍ତି । ପୋଲିସ କହିବା ଅନୁସାରେ ଏହି ଚୋରି ହେବାର ମୁଖ୍ୟ କାରଣ ହେଉଛନ୍ତି ଏୟାରଲାଇନ୍ସ ଏବଂ ସେଥିରେ କାର୍ଯ୍ୟରତ ଥିବା ଅଧିକାରୀ । ସେମାନଙ୍କ ବିରୋଧରେ ଏବେ ଚାର୍ଜସିଟ ଦାଖଲ କରାଯାଇଛି । ଏବେ ଅପରାଧି ପାଖରୁ ଆଇଫୋନ ଛଡା ୧୩ଟି ହାତ ଘଣ୍ଟା ମିଳିଛି । ପୋଲିସ କହିବା ଅନୁସାରେ ଚଳିତ ବର୍ଷ ଚୋରି ମାମଲାରେ ୨୫ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି, ଅନେକ ଜିନିଷ ପୋଲିସ ଜବତ କରିଛି ।

Get real time updates directly on you device, subscribe now.