fbpx

୯ କୋଟିରେ ବିକ୍ରି ହେଲା ରାଜକୁମାରୀ ଡାଏନାଙ୍କ ‘ଲାଲ ସ୍ୱେଟର’ , ୪୨ ବର୍ଷ ତଳେ ପିନ୍ଧିଥିଲେ ଏକ ଖାସ୍ ଦିନରେ

ନୂଆଦିଲ୍ଲୀ : ବ୍ରିଟେନର ରାଜକୁମାରୀ ଡାଏନା ପିନ୍ଧିଥିବା ଏକ ସ୍ୱେଟର ନିଲାମ ହୋଇଛି । ଏହି ସ୍ୱେଟରରେ ଏକ କଳା ମେଣ୍ଢାର ଚିତ୍ର ରହିଥିବାରୁ ଏହାର ନାଁ ହେଉଛି “ବ୍ଲାକ ସିପ’ ସ୍ୱେଟର । ଏହା ନ୍ୟୁୟର୍କ ସୋଥବିରେ ୧.୧ ମିଲିୟନ ଡଲାର ଅର୍ଥାତ ୯ କୋଟି ଟଙ୍କାରେ ନିଲାମ ହୋଇଛି । ତେବେ ନିଲାମୀ ପୂର୍ବରୁ ଏହି ସ୍ୱେଟରର ମୂଲ୍ୟ ବହୁତ କମ ଥିଲା । ସୂଚନା ଅନୁସାରେ ଏହି “ବ୍ଲାକସିପ’ ସ୍ୱେଟର ମୂଲ୍ୟ ପ୍ରଥମେ ୫୦,୦୦୦ ଡଲାରୁ ୮୦,୦୦୦ ଡଲାର ଥିଲା । ତେବେ ଏହି ସ୍ୱେଟରକୁ ଯିଏ କିଣିଛନ୍ତି ତାଙ୍କ ପରିଚୟକୁ ଗୁପ୍ତ ରଖାଯାଇଛି । ନିଲାମି ପାଇଁ ଅନେକ ବସ୍ତୁ ରଖା ଯାଇଥିଲା କିନ୍ତୁ ସବୁଠାରୁ ଅଧିକ ଟଙ୍କାରେ ଏହି ସ୍ୱେଟର ବିକ୍ରି ହୋଇଥିଲା ।

ରାଜକୁମାରୀ ଡାଏନା ବ୍ରିଟେନ ରୟାଲ ଫ୍ୟାମିଲିର ସବୁଠାରୁ ପ୍ରସିଦ୍ଧ ରାଜକୁମାରୀ ଥିଲେ । ୨୪ ଫେବୃୟାରୀ ୧୯୮୧ରେ ତାଙ୍କ ଏନଗେଜମେଣ୍ଟ ୩୨ ବର୍ଷୀୟ ଚାଲର୍ସଙ୍କ ସହିତ ହୋଇଥିଲା । ଏହାର ୫ ମାସ ପରେ ତାଙ୍କ ବିବାହ ହୋଇଥିଲା । କିନ୍ତୁ ରାଜକୀୟ ପରିବାରର ନିତିନିୟମରେ ଡାଏନା ନିଜକୁ ବନ୍ଦୀ ଭାବୁଥିଲେ । ଏହା ଛଡା ରାଜକୁମାର ଚାଲର୍ସଙ୍କ କାର୍ୟ୍ୟକଳାପ ତାଙ୍କୁ ଆହୁରି କଷ୍ଟ ଦେଉଥିଲା । ଯାହାଫଳରେ ବିବାହର ୧୧ ବର୍ଷ ପରେ ସେମାନେ ଅଲଗା ହୋଇଯାଇଥିଲେ । ୩୧ ଅଗଷ୍ଟ ୧୯୯୭ରେ ପ୍ୟାରିସରେ ଏକ ସଡକ ଦୁର୍ଘଟଣାରେ ରାଜକୁମାରୀଙ୍କ ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.