fbpx

Google ଜିମେଲ ପାଇଁ ରୋଲଆଉଟ କଲା Gemini, କ୍ଷଣିକରେ ହୋଇଯିବ ସବୁକାମ

ନୂଆଦିଲ୍ଲୀ: ଆଜିର ସମୟରେ ଏଆଇ ଟେକ୍ନୋଲୋଜୀର ପରିବର୍ତ୍ତନ ହେବାରେ ଲାଗିଛି । ଗୁଗୁଲର ଜେମିନି ହେଉ କି ଓପେନଏଆଇର ଚାଟଜିପିଟି ହେଉ, ଏହି ନୂଆ ଏଆଇ ଚାଟବୋଟସ ଆମ ଜୀବନର ଅନେକ ବଡ଼ କାମକୁ ସହଜ କରିଦେଉଛି । ତେବେ ମେଟା ଭାରତରେ ନିଜର ସମସ୍ତ ପ୍ଲାଟଫର୍ମ ପାଇଁ ମେଟା ଏଆଇ ଲଞ୍ଚ କରଛି । ତେବେ ଏଥିରେ ଜିମେଲ ୟୁଜର୍ସଙ୍କ ପାଇଁ ଭଲ ଖବର ରହିଛି ।

ଏପର୍ଯ୍ୟନ୍ତ ଏପରି ହେଉଥିଲା ଯେ, ଅନେକ ଲେଟର ଡ୍ରାଫ୍ଟ କରିବା ହେଉ କି କୌଣସି ଇମେଲର ଉତ୍ତର ଦେବା ହେଉ, ଏହା ସବୁ କରିବାରେ ଅଧିକ ସମୟ ଖର୍ଚ୍ଚ ହେଉଥିଲା । ହେଲେ ବର୍ତ୍ତମାନ ତାହା ହେବ ନାହିଁ କାରଣ କିଛି କ୍ଷଣିକରେ ଆପଣଙ୍କ ସମସ୍ତ କାର୍ଯ୍ୟ ହୋଇଯିବ । ଏହା ଆମେ ଏଥିପାଇଁ କହୁଛୁ କାରଣ ଗୁଗୁଲ ନିଜ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜେମିନିକୁ ଜିମେଲରେ ସାମିଲ କରିସାରିଛି ।

ଏହା ସାହାଯ୍ୟରେ ଆପଣ ଅନେକ ପ୍ରକାର ମେଲକୁ ଡ୍ରାଫ୍ଟ କରିପାରିବେ । ଯଦି ଆପଣଙ୍କୁ କେଉଁ ଭାଷା ଆସୁନାହିଁ ତେବେ ଆପଣ ସେହି ଭାଷାରେ ମଧ୍ୟ ମେଲକୁ ଡ୍ରାଫ୍ଟ କରିପାରିବେ । ଯଦି ଆପଣଙ୍କୁ କୌଣସି ମେଲ ଆସୁଛି ତେବେ ଆପଣଙ୍କୁ ଏଥିପାଇଁ ଚିନ୍ତା ନେବା ଆବଶ୍ୟକ ନୁହେଁ । ଏଥିପାଇଁ ଆପଣଙ୍କୁ ଡିକ୍ସିନାରୀରେ ସଠିକ ଶବ୍ଦର ବ୍ୟବହାର ଏବଂ ଗ୍ରାମରର ଧ୍ୟାନ ରଖିବାକୁ ପଡିବ ନାହିଁ । ଜେମିନି ଆପଣଙ୍କ ନିର୍ଦ୍ଦେଶାନୁଯାୟୀ, ଉତ୍ତର ଡ୍ରାଫ୍ଟ କରିକି ଦେବ ।

Get real time updates directly on you device, subscribe now.