fbpx

#googledown କରୁଛି ଟ୍ରେଣ୍ଡ: ସାରା ବିଶ୍ୱରେ ଡାଉନ୍ ହୋଇଛି ଗୁଗୁଲ୍ ସର୍ଚ୍ଚ ଇଞ୍ଜିନ୍, ଚିନ୍ତାରେ ୟୁଜର୍ସ

ନୂଆଦିଲ୍ଲୀ: ସାରା ବିଶ୍ୱରେ ମଙ୍ଗଳବାର ଅର୍ଥାତ୍ ୯ ଅଗଷ୍ଟ ସକାଳ ପ୍ରାୟ ୭ଟାରେ ଗୁଗୁଲ୍ ସର୍ଚ୍ଚ ଇଞ୍ଜିନ୍ ପ୍ରାୟ ୧୦ ମିନିଟ୍ ପାଇଁ ଡାଉନ୍ ହୋଇଥିଲା । ଅବଶ୍ୟ କମ୍ପାନୀ ଏହି ଦିଗରେ ତୁରନ୍ତ ପଦକ୍ଷେପ ନେଇଥିଲା, ଯେଉଁ କାରଣରୁ ଗୁଗୁଲର ସେବା ପୁନର୍ବାର କାମ କରିବା ଆରମ୍ଭ କରିଥିଲା । ଏହା ହଠାତ୍ ସେବା ଡାଉନ୍ ହେତୁ ବିଶ୍ୱବ୍ୟାପୀ ଅନେକ ଉପଭୋକ୍ତାଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଲା । ତେବେ ଡାଉନ୍ ହେବାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

ଯେତେବେଳେ ଗୁଗୁଲ୍ ଡାଉନ୍ ସମୟରେ ୟୁଜର୍ସମାନେ କୌଣସି ଜିନିଷ ଖୋଜୁଛନ୍ତି, ସେମାନଙ୍କୁ 500 That’s an error ଏକ ମେସେଜ୍ ମିଳୁଛି । ଗୁଗୁଲ୍ ବ୍ୟବହାରକାରୀମାନେ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ସର୍ଚ୍ଚରେ ଆସୁଥିବା ଏହି ସମସ୍ୟା ବିଷୟରେ ଲେଖୁଛନ୍ତି ଏବଂ ଏହାକୁ ରିପୋର୍ଟ କରିବାକୁ ମଧ୍ୟ କହୁଛନ୍ତି ।

ଏହାରି ମଧ୍ୟରେ ସର୍ଚ୍ଚ ଇଞ୍ଜିନକୁ ନେଇ ଅନେକ ଉପଭୋକ୍ତା ଟ୍ୱିଟରରେ ମଜାଳିଆ ପ୍ରତିକ୍ରିୟା ଦେଉଛନ୍ତି । କିଛି ଉପଭୋକ୍ତା ଟ୍ୱିଟରରେ ଗୁଗୁଲ୍ ସର୍ଚ୍ଚ ଇଞ୍ଜିନର ସ୍କ୍ରିନ୍ ସଟ୍ ମଧ୍ୟ ସେୟାର କରୁଛନ୍ତି । ରିଆନ୍ ବେକର୍ ନାମକ ଜଣେ ଉପଭୋକ୍ତା କହିଛନ୍ତି, ‘ମୁଁ ପ୍ରଥମ ଥର ପାଇଁ ଗୁଗୁଲ୍ ସର୍ଚ୍ଚ ଇଞ୍ଜିନକୁ ଡାଉନ୍ ଦେଖୁଛି ।’ ଏହା ସହ ଟ୍ୱିଟରେ #googledown ଟ୍ରେଣ୍ଡ କରିବାରେ ଲାଗିଛି ।

Get real time updates directly on you device, subscribe now.