fbpx

ଏୟାରଟେଲରେ ଏକ ଅରବ ଡଲାର ନିବେଶ କରିବ ଗୁଗଲ, ୫ଜି ଉପରେ ଦେବ ଗୁରୁତ୍ଵ

ନୂଆଦିଲ୍ଲୀ: ଭାରତର ଡିଜିଟାଲ୍ ଇକୋସିଷ୍ଟମର ବିକାଶକୁ ତ୍ଵରାନ୍ଵିତ କରିବା ଏବଂ ଭବିଷ୍ୟତର ବଜାରକୁ ଦୃଷ୍ଟିରେ ରଖି ଏୟାରଟେଲ୍ ଏବଂ ଗୁଗଲ ଦୀର୍ଘମିଆଦ ପାଇଁ ଏକ ରାଜିନାମା କରିଛନ୍ତି। ରାଜିନାମା ଆଧାରରେ ଗୁଗଲ ଏୟାରଟେଲରେ ଏକ ବିଲିୟନ ଡଲାର ନିବେଶ କରିବାକୁ ନିଷ୍ପତ୍ତି ନେଇଛି। ଗୁଗଲ ନିଜର ‘ଗୁଗଲ ଫର ଇଣ୍ଡିଆ ଡିଜିଟାଲାଇଜେସନ ଫଣ୍ଡ’ରୁ ଏହି ଅର୍ଥ ନିବେଶ କରିବ। ଏହି ଫଣ୍ଡର ଉପଯୋଗ ଆଗାମୀ ପାଞ୍ଚ ବର୍ଷ ପାଇଁ ଡିଜିଟାଲ୍ କ୍ଷେତ୍ରର ଆବଶ୍ୟକତାକୁ ଦୃଷ୍ଟିରେ ରଖି କରାଯିବ।

ଏହି ନିବେଶରେ ଗୁଗଲ ସ୍ଵର ଭାରତୀ ଏୟାରଟେଲରେ ଆଇଏନଆର ୭୩୪ ପ୍ରତି ସେୟାର ପିଛା ୭୦୦ ଡଲାର ମିଲିୟନର ଇକ୍ଵିଟି ନିବେଶ ସାମିଲ୍। ଏଥିରେ ୩୦୦ ମିଲିୟନ ଡଲାର ରାଶିକୁ ବାଣିଜ୍ୟିକ ଚୁକ୍ତ କରିବା ଦିଗରେ ଖର୍ଚ୍ଚ କରାଯିବ। ଏଥିରେ ଏୟାରଟେଲର ଉତ୍ପାଦ ଏବଂ ସେବାକୁ ପ୍ରୋତ୍ସାହନ ଦେବା ମଧ୍ୟ ସାମିଲ୍। ବିଶେଷ କରି ୫ଜି ବଜାରକୁ ବ୍ୟାପକ ଦିଗରେ ଅଧିକ ଧ୍ୟାନ ଦେବ କମ୍ପାନୀ।

ଭାରତୀ ଏୟାରଟେଲର ଚେୟାରମ୍ୟାନ ସୁନୀଲ ଭାରତୀ ମିତ୍ତଲ କହିଛନ୍ତି, ଏୟାରଟେଲ୍ ଏବଂ ଗୁଗଲ ମିଳିତ ଭାବେ ଭାରତୀୟ ଡିଜିଟାଲ କ୍ଷେତ୍ରକୁ ନୂତନ ଦିଗ ନେଇଯିବାରେ କାମ କରିବେ। ଭବିଷ୍ୟତ ପାଇଁ ପ୍ରସ୍ତୁତ ନେଟଓ୍ଵର୍କ, ଡିଜିଟାଲ୍ ପ୍ଲାଟଫର୍ମ, ଡେଲିଭରୀ ଏବଂ ଡିଜିଟାଲ୍ ପେମେଣ୍ଟ ସିଷ୍ଟମ ସହିତ ଆମେ ଭାରତର ଡିଜିଟାଲ୍ ଇକୋସିଷ୍ଟମକୁ ବ୍ୟାପକ କରିବା ପାଇଁ ଗୁଗଲ ସହିତ ମିଶି କାମ କରିବୁ ବୋଲି ମିତ୍ତଲ କହିଛନ୍ତି।

Get real time updates directly on you device, subscribe now.