fbpx

୧ ତାରିଖରୁ ଏହି ୟୁଜରଙ୍କ ଆକାଉଣ୍ଟ ଡିଲିଟ କରିଦେବ Google: ସବୁଦିନ ପାଇଁ ହଜିଯିବ ଡାଟା

ନୂଆଦିଲ୍ଲୀ: ୟୁଜରମାନଙ୍କୁ ଏକ ବଡ଼ ଝଟକା ଦେଇଛି ଗୁଗଲ । ଖୁବଶୀଘ୍ର କିଛି ଆକାଉଣ୍ଟକୁ ଡିଲିଟ କରିବା ପାଇଁ ଯୋଜନା କରୁଥିବା ନେଇ କମ୍ପାନୀ ତରଫରୁ ଘୋଷଣା ହୋଇଯାଇଛି । ଏ ନେଇ ୟୁଜରମାନଙ୍କୁ ଇମେଲ ଜରିଆରେ ସୂଚନା ଦେଇଛି ଟେକ୍ନୋଲୋଜିର ବାଦଶାହ କମ୍ପାନୀ ଗୁଗଲ । ଆସନ୍ତା ଡିସେମ୍ବର ୧ ତାରିଖରୁ କିଛି ଆକାଉଣ୍ଟ ଉପରେ ବ୍ୟାନ ଆଦେଶ ଜାରି କରିବା ଆରମ୍ଭ କରିବ କମ୍ପାନୀ । ତେବେ ଗୁଗଲ ନିଜର ସମସ୍ତ ପ୍ରଡକ୍ଟ ଏବଂ ସର୍ଭିସକୁ ବନ୍ଦ କରିବାର ସମୟସୀମାକୁ ୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛି ।

ରିପୋର୍ଟ ଅନୁସାରେ, ଗତ ୨ ର୍ବେରୁ ବ୍ୟବହର କରାଯାଇନଥିବା ଆକାଉଣ୍ଟଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆସନ୍ତା ଡିସେମ୍ବର ୧ ତାରିଖରୁ ଏହି ଆକାଉଣ୍ଟଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯିବ ବୋଲି ଗୁଗଲ ସୂଚନା ଦେଇଛି । ତେବେ କମ୍ପାନୀ କିମ୍ବା କୌଣସି ପ୍ରଡକ୍ଟ କିମ୍ବା ସର୍ଭିସ ପାଇଁ ବ୍ୟବହାର କରୁଥିବା ଗୁଗଲ ଆକାଉଣ୍ଟ ଗୁଡ଼ିକ ଉପରେ ଏହି ନିର୍ଦ୍ଦେଶ ଜାରି କରାଯିବ ନାହିଁ । ଦୁଇବର୍ଷରୁ ଏହା ବ୍ୟବହାର ହୋଇ ନଥିଲେ ମଧ୍ୟ ଏସବୁକୁ ବ୍ୟାନ କରାଯାଇ ପାରିବ ନାହିଁ । ଅର୍ଥାତ୍ ଡାଇରେକ୍ଟ ଲଗ୍ ଇନ୍ ନ କରି ମଧ୍ୟ ଆକାଉଣ୍ଟର କୌଣସି ଗୁଗଲ ସର୍ଭିସ ବ୍ୟବହାର କରିଥିଲେ ମଧ୍ୟ ଏହାକୁ ଡିଲିଟ କରିବ ନାହିଁ ଗୁଗଲ କମ୍ପାନୀ । କିନ୍ତୁ ଯଦି କୌଣସି ଆକାଉଣ୍ଟ ୨ ବର୍ଷରୁ ଅଧିକ ସମୟରୁ ବ୍ୟବହାର କରାଯାଇ ନାହିଁ ଏବଂ ଏହି ଆକାଉଣ୍ଟ କୌଣସି ଗୁଗଲ ପ୍ରଡକ୍ଟ ବା ସର୍ଭିସକୁ ଆକ୍ସେସ ପାଇଁ ମଧ୍ୟ ବ୍ୟବହାର ହୋଇ ନଥାଏ, ତେବେ ଏହାକୁ ଡିସେମ୍ବର ୧ ତାରିଖରୁ ଡିଲିଟ କରାଯିବ ।

ଏହାସହିତ ଗୁଗଲ ସୂଚନା ଦେଇଛି ଯେ, ଡିସେମ୍ବର ୨୦୨୩ ପୂର୍ବରୁ ଗୁଗଲ ଆକାଉଣ୍ଟ ଗୁଡ଼ିକୁ ଡିଲିଯ କରାଯିବ ନାହିଁ । ତେବେ ଆପଣଙ୍କ ଆକାଉଣ୍ଟ ଡିଲିଟ ହେଉ ବୋଲି ଚାହୁଁ ନଥିଲେ, ଏହାକୁ ଅତି କମରେ ୨ ସପ୍ତାହରେ ଥରେ ଲଗ୍ ଇନ୍ କରିବାକୁ ଚେଷ୍ଟା କରନ୍ତୁ । ତେବେ ଆକାଉଣ୍ଟ ଥରେ ଡିଲିଟ ହେବା ପରେ ଏହାକୁ ରିକଭର କରାଯାଇ ପାରିବ ନାହିଁ । ଏହାସହ ଜଡ଼ିତ ଜି-ମେଲ ଆକାଉଣ୍ଟ ମଧ୍ୟ ହଟାଇ ଦିଆଯିବା ସହ ଏଥିରେ ଥିବା ସମସ୍ତ ଡାଟା ସବୁଦିନ ପାଇଁ ନଷ୍ଟ ହୋଇଯିବ ବୋଲି କମ୍ପାନୀ ତରଫରୁ ୟୁଜରମାନଙ୍କୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.