fbpx
BJD SKY
BJD SKY

Asia Cup-2023 ଦଳରେ MIର ଜଲୱା: ଜାଣନ୍ତୁ କେଉଁ IPL ଦଳରୁ କେତେ ଜଣ ଖେଳାଳିଙ୍କୁ ସୁଯୋଗ ମିଳିଲା

BJD

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା କରିସାରିଛି ବିସିସିଆଇ । ୧୭ ଜଣିଆ ଏହି ଭାରତୀୟ ଦଳରେ ଅନେକ ଖେଳାଳିଙ୍କୁ କମବ୍ୟାକ କରିବାର ସୁଯୋଗ ମିଳିଛି । ୟର୍କର କିଙ୍ଗ ଜଶପ୍ରୀତ ବୁମରାହଙ୍କ ସମେତ କେ.ଏଲ ରାହୁଲ ଏବଂ ଶ୍ରେୟସ ଅୟରଙ୍କୁ ଏହି ଦଳରେ କମବ୍ୟାକ କରିବାକୁ ଯାଉଛନ୍ତି । ତେବେ ଏହି ଦଳରେ ଆଇପିଏଲର ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଧିକାଂଶ ଖେଳାଳିଙ୍କୁ ସୁଯୋଗ ମିଳିଛି । କିନ୍ତୁ କ୍ୟାପଟେନ କୁଲ ମାହିଙ୍କ ଦଳ ଚେନ୍ନାଇ ସୁପର କିଙ୍ଗସକୁ ଝଟକା ଦେଇଛି ବିସିସିଆଇ । ଆସନ୍ତୁ ଜାଣିବା କେଉଁ ଆଇପିଏଲ ଦଳରୁ କେତେ ଜଣ ଖେଳାଳିଙ୍କୁ ସ୍ଥାନ ଦେଇଛି ବିସିସିଆଇ ।

ଏସିଆ କପ୍-୨୦୨୩ ପାଇଁ ଭାରତ ୧୭ ଜଣିଆ ଦଳ ଘୋଷଣା କରିଛି । ତେବେ ଏହି ଦଳରେ ମୁମ୍ବାଇ ଇଣ୍ଡିଆନ୍ସର ଦବଦବା ରହିଛି । ୧୭ ଜଣ ଖେଳାଳିଙ୍କୁ ମଧ୍ୟରୁ ମୁମ୍ବାଇର ୫ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି ।

ମୁମ୍ବାଇ ଇଣ୍ଡିଆନ୍ସ(୫): ରୋହିତ ଶର୍ମା(ଅଧିନାୟକ), ଜଶପ୍ରୀତ ବୁମରାହ, ଇଶାନ କିଶାନ, ସୂର୍ଯ୍ୟକୁମାର ଯାଦବ ଏବଂ ତିଲକ ବର୍ମା

ଗୁଜୁରାଟ ଟାଇଟନ୍ସ(୩): ଶୁଭମନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା(ଉପଅଧିନାୟକ) ଏବଂ ମହମ୍ମଦ ଶାମୀ

ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର(୨): ବିରାଟ କୋହଲି, ମହମ୍ମଦ ସିରାଜ

କୋଲକାତା ନାଇଟ ରାଇଡର୍ସ(୨): ଶ୍ରେୟସ ଅୟର, ଶାର୍ଦ୍ଦୁଳ ଠାକୁର

ଦିଲ୍ଲୀ କ୍ୟାପିଟାଲ୍ସ(୨): କୁଳଦୀପ ଯାଦବ, ଅକ୍ସର ପଟେଲ

ରାଜସ୍ଥାନ ରୋୟଲ୍ସ(୨): ପ୍ରସିଦ୍ଧ କୃଷ୍ଣା, ସଞ୍ଜୁ ସାମସନ(ରିଜର୍ଭ)

ଲକ୍ଷେ୍ନø ସୁପର ଜିଆଣ୍ଟସ(୧): କେ.ଏଲ ରାହୁଲ

ଚେନ୍ନାଇ ସୁପର କିଙ୍ଗସ(୧): ରବିନ୍ଦ୍ର ଜାଡେଜା

ଏସିଆ କପ୍ ପାଇଁ ଭାରତୀୟ ଦଳର ୧୭ ଜଣିଆ ସଦସ୍ୟଙ୍କ ମଧ୍ୟରେ ଆଇପିଏଲର ଏହି ଖେଳାଳିମାନଭ୍କୁ ସୁଯୋଗ ମିଳିଛି । ତେବେ ୟର୍କର କିଙ୍ଗ ଜଶପ୍ରୀତ ବୁମରାହଙ୍କ ସମେତ କେ.ଏଲ ରାହୁଲ ଏବଂ ଶ୍ରେୟସ ଅୟରଙ୍କୁ ଏହି ଦଳରେ କମବ୍ୟାକ କରିବାକୁ ଯାଉଛନ୍ତି । ଏହାବ୍ୟତୀତ ରାଇଜିଙ୍ଗ ଷ୍ଟାର ତିଲକ ବର୍ମା ମଧ୍ୟ ଏହି ଦଳରେ ସ୍ଥାନ ହାସଲ କରିଛନ୍ତି ।

Get real time updates directly on you device, subscribe now.