fbpx

ସେସନ୍ କୋର୍ଟରେ ହାଜର ହେଲା ଗୋପାଳ ଦାସ୍‌; ବିଚାରପତିଙ୍କ ଆଗରେ ସ୍ୱୀକାର କଲା ଦୋଷ

Advertisement

ଝାରସୁଗୁଡ଼ା: ବହୁ ଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ କୋର୍ଟରେ ବିଚାରପତିଙ୍କ ଆଗରେ ଦୋଷ ସ୍ୱୀକାର କରିଛି। ବୁଧବାର ୨୬ ଜୁଲାଇରେ ଗୋପାଳ ଦାସର ହାଜର ହେବା ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ଏଥିପାଇଁ ମଙ୍ଗଳବାର ଗୋପାଳକୁ ଚୌଦ୍ୱାର ଜେଲ୍‌ରୁ ଗତ ରାତିରେ ଝାରସୁଗୁଡ଼ା ଅଣାଯାଇଥିଲା। ମାମଲାର ଚାର୍ଜଫ୍ରେମ୍ କରିବା ପାଇଁ ଗୋପାଳକୁ ବୁଧବାର ସେସନ୍ କୋର୍ଟରେ ଦିନ ସଢ଼େ ୧୧ଟା ସମୟରେ ହାଜର କରାଯାଇଥିଲା।

ଶୁଣାଣି ସମୟରେ ବିଚାରପତିଙ୍କ ଆଗରେ ଦୋଷ ସ୍ୱୀକାର କରିଥିଲା ଅଭିଯୁକ୍ତ ଗୋପାଳ। ବୁଧବାର ଶୁଣାଣି ସମୟରେ ବିଚାରପତି ଗୋପାଳକୁ ସରକାରୀ ଓକିଲ ଯୋଗାଇ ଦେବା ସହିତ ପରବର୍ତ୍ତୀ ଶୁଣାଣିକୁ ଅପେକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନରେଶ ନାୟକଙ୍କୁ ଗୋପାଳର ଓକିଲ ଭାବେ ନିଯୁକ୍ତ କରିଛନ୍ତି କୋର୍ଟ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୯ ତାରିଖରେ ହେବ।

Get real time updates directly on you device, subscribe now.