fbpx
BSKY
BJD MC SKY
BJD YOUTH SKY

(VIDEO) ନର୍କୋଟେଷ୍ଟ ପାଇଁ ଯିବା ସମୟରେ ମନଖୋଲି ହସିଲା ଗୋପାଳ; ହସ ପଛରେ ରହିଛି କି କିଛି ରହସ୍ୟ !

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାରୀ ଗୋପାଳ ଦିନକୁ ଦିନ ଅଜବ ଅଜବ ହରକତ କରୁଛି । ଯାହାକୁ ଦେଖିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ବର୍ତ୍ତମାନ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଖୁବ ଜୋରରେ ହସୁଥିବା ଦେଖିବାକୁ ମିଳିଛି । ତେବେ ତାଙ୍କର ଏପରି ହସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବା ସହ ତାଙ୍କର ସେହି ହସ ପଛରେ କିଛି ରହସ୍ୟ ଲୁଚି ରହିଥିବା ବର୍ତ୍ତମାନ ଚର୍ଚ୍ଚା ହେଉଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଗୋପାଳର ନର୍କୋ ଟେଷ୍ଟ ପାଇଁ ବିବାନବନ୍ଦର ଲବିରେ ବସିଥିବା ବେଳେ ଏଭଳି ପ୍ରତିକ୍ରୀୟାଶୀଳ ହୋଇଥିବା ଜଣାପଡିଛି । ତେବେ ଖବର କାଜରେ ନିଜ ଫଟୋ ଦେଖି ଗୋପାଳ ଠୋ ଠୋ ହୋଇ ହସିବା ସହ ପେପର ମାଗୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଅଭିଯୁକ୍ତ ଗୋଳାପର ବାଇପୋଲର ଡିଜଅର୍ଡର ଥିବାରୁ ଏଭଳିି ହସୁଥିବା ସନ୍ଦେହ କରାଯାଉଛି । କିନ୍ତୁ ଅପର ପକ୍ଷେ ଗୋପାଳ ହସ ପଛର କିଛି କାରଣ ଏବଂ ରହସ୍ୟ ଥିବା ସହ ସେ ହସି ହସି ଖସିଯିବେ ବୋଲି ଚର୍ଚ୍ଚା ହେଉଛି ।

ତେବେ ଆଜକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ଘଟଣାକୁ ୧୨ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ମନ୍ତ୍ରୀଙ୍କ ହତ୍ୟା ଘଟଣା ଉପରୁ ପରଦା ଉଠିପାରି ନାହିଁ । ସେପରେ ହତ୍ୟା ଅଭିଯୁକ୍ତ ଗୋପାଳ ମନରେ ମଧ୍ୟ ଏହି ଘଟଣାକୁ ନେଇ କୌଣସି ଭୟ କିି ଅନୁତାପ ଦେଖାଯାଉନାହିଁ । ବରଂ ସେ ଠୋ ଠୋ ହୋଇ ହସୁଛନ୍ତି । ତେବେ ସତ କହିବାକୁ ଗୁଡାରଟ ଯିବା ସମୟରେ ଗୋପାଳ ଏହିପରି ବ୍ୟବହାର କରିଥିବା ଜଣାପଡିଛି । ତୃତୀୟ ଦଫାରେ ଗୋପାଳକୁ ୫ ଦିନ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି । ଏହା ସହ ନାର୍କୋ ଟେଷ୍ଟ ଓ ପଲିଗ୍ରାଫ ଟେଷ୍ଟ ପାଇଁ ମଧ୍ୟ ଅନୁମତି ମିଳିଛି । ଉଭୟ ଟେଷ୍ଟ ପାଇଁ ସହମତ ଥିବା କୋର୍ଟରେ କହିଛନ୍ତି ଅଭିଯୁକ୍ତ ଗୋପାଳ । ୫ ଦିନିଆ ରିମାଣ୍ଡ ଓ ଟେଷ୍ଟ କରିବାକୁ ଅନୁମତି ଦେଇଛନ୍ତି ଜେଏମଏଫସି କୋର୍ଟ । ତେବେ ଅଭିଯୁକ୍ତ ଗୋପାଳର ଗୁଜୁରାଟର ଅହମଦାବାଦରେ ର୍ନାକୋ ଟେଷ୍ଟ ହେବ ବୋଲି ଜଣାପଡିଛି ।

Get real time updates directly on you device, subscribe now.