ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ- ଆୟୁଷ୍ମାନ ଭାରତ ଯୋଜନା, ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ – ଆୟୁଷ୍ମାନ ଭାରତ ଯୋଜନା । ଭାରତ ସରକାରଙ୍କ ସହ ଏ ନେଇ ଆଲୋଚନା କରି ପ୍ରସ୍ତୁତି ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ 3 କୋଟି 50 ଲକ୍ଷ ଲୋକଙ୍କୁ ସାମିଲ କରାଯିବ । ଆୟୁଷ୍ମାନ ଭାରତ ଯୋଜନାରେ 5 ଲକ୍ଷ ଟଙ୍କାର ସହାୟତା ମିଳିବ । ଏହାସହ ମହିଳା ମାନଙ୍କ ପାଇଁ 10 ଲକ୍ଷ ଟଙ୍କାର ସହାୟତା ପାଇଁ ବ୍ୟବସ୍ଥା କରିବେ ସରକାର । ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇନଥିବାରୁ ଏହି ଦୁଇଟି ରାଜ୍ୟକୁ ଛାଡ଼ି ଦେଶ ସାରା ସବୁ ରାଜ୍ୟରେ ଓଡ଼ିଶା ଲୋକ ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ସ୍ବାସ୍ଥ୍ୟ ସେବା ପାଇ ପାରିବେ ।

ଇନସ୍ୟୁରାନସ ନୁହେଁ ଆସ୍ୟୁରାନ୍ସ ମୋଡରେ ମିଳିବ ସ୍ବାସ୍ଥ୍ୟ ସହାୟତା । ଦେଶ ସାରା 27 ହାଜର ମେଡିକାଲରେ ଓଡ଼ିଶାର ଲୋକ ମାନେ ଚିକିତ୍ସା ସେବା ପାଇପାରିବେ । ପୂର୍ବ କାର୍ଡରେ ମାତ୍ର 957 ହସ୍ପିଟାଲରେ ଚିକିତ୍ସା ମିଳିବାର ବ୍ୟବସ୍ଥା ଥିଲା । ପ୍ରବାସୀ ଶ୍ରମିକ ମାନେ ଏହି ଯୋଜନା ଦ୍ଵାରା ବିଶେଷ ଭାବେ ଲାଭବାନ ହେବେ । ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ ଆୟୁଷ୍ମାନ ଭାରତ ଯୋଜନା ପାଇଁ ରାଜ୍ୟ ସରକାର 3500 କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଥିବା କାର୍ଡର ମଧ୍ୟ ହେଡ୍ ଅଫ ଆକାଉଣ୍ଟ ମଧ୍ୟ ପରିବର୍ତ୍ତନ ହୋଇ ସାରିଛି । ଏହି ସମସ୍ତ ସୂଚନା ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଜାରି କରିଛନ୍ତି।