fbpx

ବାହାହେବାକୁ ଯାଉଛନ୍ତି ଗୌହର

ନୂଆଦିଲ୍ଲୀ, ୩ା୧୨: ଅଭିନେତ୍ରୀ ତଥା ପୂର୍ବତନ ବିଗ୍ ବସ୍ ବିଜୟିନୀ ଗୌହର ଖାନ ଆସନ୍ତା ୨୫ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସେ ତାଙ୍କ ସହ ଦୀର୍ଘଦିନରୁ ସମ୍ପର୍କରେ ଥିବା ବୟଫ୍ରେଣ୍ଡ ଜୈଦ ଦରବାରଙ୍କୁ ବିବାହ କରିବେ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଜୈଦଙ୍କୁ ୨୫ ବର୍ଷ ହୋଇଥିବା ବେଳେ ଗୌହରଙ୍କୁ ୩୭ ବର୍ଷ । ଅର୍ଥାତ ତାଙ୍କର ଭାବି ପତି ଗୌହରଙ୍କ ଠାରୁ ୧୨ ବର୍ଷ ସାନ । ସୋସିଆଲ ମିଡ଼ିଆରେ ଉଭୟଙ୍କୁ ନେଇ ଚାଲିଥିବା ଚର୍ଚ୍ଚାକୁ ନେଇ ଗୌହର ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ବୟସର ତାରତମ୍ୟ ଏକ ସୁଖୀ ଜୀବନ ଅତିବାହିତ କରିବା କ୍ଷେତ୍ରରେ ସେପରି କିଛି ଫରକ ଆଣେନି । ଜୈଦ ବୟସରେ ସାନ ହେଲେ ମଧ୍ୟ ବହୁତ ପରିପାର୍ଜିତ । ଏହା ଦୁହିଁଙ୍କର ଦାମ୍ପତ୍ୟ ଜୀବନକୁ ସନ୍ତୁଳନ ରକ୍ଷା କରିବାରେ ସହାୟକ ହେବ ବୋଲି ଗୌହର କହିଛନ୍ତି ।

Get real time updates directly on you device, subscribe now.