fbpx

କୃଷି ଆଇନକୁ ବିରୋଧ: ପଦ୍ମ ବିଭୂଷଣ ଫେରାଇଲେ ପ୍ରକାଶ ସିଂ ବାଦଲ

ନୂଆଦିଲ୍ଲୀ,୩ ।୧୨: କୃଷି ଆଇନ ବିରୋଧରେ ଦେଶରେ ଚାଷୀଙ୍କ ଆନ୍ଦୋଳ ବୃଦ୍ଧି ପାଉଛି । ଏହି କୃଷି ଆଇନକୁ ବିରୋଧ କରି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅକାଳୀ ଦଳର ବରିଷ୍ଠ ନେତା ପ୍ରକାଶ ସିଂ ବାଦଲ ନିଜର ପଦ୍ମବିଭୂଷଣ ପୁରସ୍କାର ଫେରାଇଛନ୍ତି ।

ପ୍ରକାଶ ସିଂ ବାଦଲ ରାଷ୍ଟପତି ରାମନାଥ କୋବିନ୍ଦଙ୍କୁ ପାଖାପାଖି ୩ ପୃଷ୍ଠାର ଚିଠି ଲେଖି କୃଷି ଆଇନକୁ ବିରୋଧ କରି କୃଷକଙ୍କ ଉପରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି ଓ ଏହା ସହ ନିଜର ପଦ୍ମ ବିଭୂଷଣ ସମ୍ମାନକୁ ଫେରାଇଛନ୍ତି । ଚାଷୀଙ୍କୁ ପ୍ରତାରଣା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପ୍ରକାଶ ।

Get real time updates directly on you device, subscribe now.