fbpx

ହେପାଟାଇଟିସ ରୋଗୀଙ୍କ ତଥ୍ୟ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରିବେ ସରକାରୀ ଓ ଘରୋଇ ହସ୍ପିଟାଲ : ଜାରିହେଲା ନିର୍ଦେଶ ନାମା

ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟର ହେପାଟାଇଟିସ ରୋଗୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ସରକାରଙ୍କୁ ଦିଆଯିବ । ସରକାରୀ ହେଉ ବା ଘରୋଇ ହସ୍ପିଟାଲ ହେଉ, ହେପାଟାଇଟିସରୋଗୀଙ୍କ ସମସ୍ତ ତଥ୍ୟ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଫର୍ମାଟ ପ୍ରସ୍ତୁତ କରାଯାଇଛି । ଯାହାଦ୍ୱାରା ରୋଗୀଙ୍କ ସମସ୍ତ ତଥ୍ୟ ସ୍ୱାସ୍ଥ୍ୟ ବିଭାଗକୁ ପଠାଇବା ପାଇଁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନା ଅନୁସାରେ, ରାଜ୍ୟରେ ହେପାଟାଇଟିସ ‘ବି’ ଓ ‘ସି’ ରୋଗର ଚିନ୍ତା ବଢାଉଛି । ଏହା ଏକ ରକ୍ତ ସଂକ୍ରମିତ ଜନିତ ରୋଗ ଅଟେ । ଯାହା ଜଣେ ବ୍ୟକ୍ତିଙ୍କ ଠାରୁ ଆଉ ଜଣଙ୍କ ପାଖକୁ ସହଜରେ ସଂକ୍ରମିତ ହୋଇଯାଏ । ହେପାଟାଇଟିସ ‘ସି’ ସଂକ୍ରମଣରେ ୩ ମାସ ମଧ୍ୟରେ ଚିକିତ୍ସା କରାଗଲେ ରୋଗ ଭଲ ହୋଇଯାଏ । କିନ୍ତୁ ହେପାଟାଇଟିସ ‘ବି’ ସଂକ୍ରମଣରେ ଜୀବନ ସାରା ଚିକିତ୍ସା କରିବାକୁ ପଡି ଥାଏ । ଏହା ବିରୋଧରେ ଅଭିଯାନ ଆରମ୍ଭ କରିବା ଲାଗି ଏଭଳି ନିଷ୍ପତ୍ତି ନେଇଛି ସ୍ୱାସ୍ଥ୍ୟ ବିଭାଗ । ସରକାରୀ ଓ ଘରୋଇ ଯେଉଁ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ବି ରୋଗୀ ଚିହ୍ନଟ ହେବ ଦ୍ୱାରା, ତାହାର ବିବରଣୀ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରିବାକୁ ବାଧ୍ୟତାମୂଳକ ବୋଲି କୁହାଯାଇଛି ।

ଏହାଛଡା ସମସ୍ତ ଲାବୋରେଟୋରୀମାନେ ମଧ୍ୟ ରିପୋର୍ଟ ପ୍ରଦାନ କରିବା ବାଧ୍ୟତାମୂଳକ କରାଯାଇଛି । ସେମାନେ ସମସ୍ତେ ଜିଲ୍ଲା ସର୍ଭିଲାନ୍ସ ଅଧିକାରୀ ଓ ରାଜ୍ୟ ସର୍ଭିଲାନ୍ସ ଅଧିକାରୀଙ୍କୁ ରୋଗୀଙ୍କର ସୂଚନା ପ୍ରଦାନ କରିବେ । ଏଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଣାଳୟ ପକ୍ଷରୁ ଜାରି କରାଯାଇଥିବା ନ୍ୟାସନାଲ ଭାଇରାଲ ହେପାଟାଇଟିସ କଣ୍ଟୋଲ ପ୍ରୋଗ୍ରାମ ମାର୍ଗଦର୍ଶିକା ଅନୁସରଣ କରିବେ ।

Get real time updates directly on you device, subscribe now.